Below header

ହୋଟେଲ ଲବିରେ ଉଲଗ୍ନ ହୋଇ ବୁଲିଲେ ବିଦେଶୀ ମହିଳା, କର୍ମଚାରୀ ମନା କରିବାରୁ ଓଲଟା କଲେ ଆକ୍ରମଣ : ଭିଡିଓ ଭାଇରଲ

ଶୀତଦିନେ ଆସିଯିବା ମାତ୍ରେ ଲୋକେ ବୁଲିବାକୁ ଇଚ୍ଛା କରନ୍ତି। ବାହାରକୁ ବୁଲିଯିବା ସମୟରେ ଅନେକ ଲୋକ ହୋଟେଲ ବୁକ୍‌ କରି ମଧ୍ୟ ରୁହନ୍ତି। ଆଉ ହୋଟେଲରେ ବେଳେ ବେଳେ ଏମିତି କାମ କରନ୍ତି, ଯେଉଁଥିପାଇଁ ଲଜ୍ୟା ଅନୁଭବ ହୋଇଥାଏ। ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରଲ ହେଉଛି। ଯେଉଁଥିରେ ଜଣେ ମହିଳା ହୋଟେଲର ରୁମ ବାହାରେ ବିନା ପୋଷାକରେ ବୁଲୁଚନ୍ତି। ଆଉ ମହିଳାଙ୍କ ଏମିତି କାର୍ଯ୍ୟ ଦେଖିବା ପରେ ହୋଟେଲ କର୍ତ୍ତୃପକ୍ଷ ମହିଳାଙ୍କୁ ଧରି ପିଟିଛନ୍ତି। ଭିଡିଓ ଭାଇରଲ ହେବାରେ ଲାଗିଛି। ମହିଳା ଜଣକ ବିଦେଶୀ ବୋଲି ଜଣାପଡିଛି ।

ଭିଡିଓରେ ଦେଖିବାକୁ ମିଳିଛି କି, ଉଲଗ୍ନ ହୋଇ ମହିଳା ଜଣକ ହୋଟେଲର ଲବିରେ ବୁଲୁଥିବାର ଦେଖିବାକୁ ମିଳିଛି । ଆଉ ଏମାନଙ୍କୁ ଧରି ହୋଟେଲ ଷ୍ଟାଫ ପିଟୁଛନ୍ତି। ଭିଡିଓରେ ବିଦେଶୀ ମହିଳା ଜଣକ ହୋଟେଲରେ ଉତ୍ତେଜନା ସୃଷ୍ଟି କରୁଥିବାର ଦେଖିବାକୁ ମିଳିଛି । ଲୋକେ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି, ହେଲେ ସେ ମାନୁନାହାନ୍ତି। ଭିଡିଓଟି ରାଜସ୍ଥାନ ଜୟପୁରର ବୋଲି ଜଣାପଡିଛି । ମହିଳା ଜଣକ ଏମିତି କାଣ୍ଡ କରିଥିଲେ ଯେ ଶେଷରେ ପୋଲିସକୁ ଡାକିବାକୁ ପଡିଥିଲା ।

ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଯେଉଁଥିରେ ୟୁଜର୍ସ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଏହାକୁ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ତଥା ଆକ୍ଟିଭିଷ୍ଟ ଦୀପିକା ନାରାୟଣ ଭାରଦ୍ୱାଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓରେ ବିଦେଶୀ ମହିଳା ଜଣକୁ ରାଜସ୍ଥାନର ପଞ୍ଚତାରକା ହୋଟେଲ କର୍ମଚାରୀମାନେ ପିଟୁଥିବାର ଦେଖିବାକୁ ମିଳିଛି । ମହିଳା ଜଣକ ନଗ୍ନ ଅବସ୍ଥାରେ ଚିତ୍କାର କରିଥିଲେ ।

ଭିଡିଓରେ ମହିଳା ଜଣକ ଆଫ୍ରିକା ମୂଳନିବାସୀ । ଭିଡିଓରେ ବିଦେଶୀ ମହିଳା ଜଣକ ବହୁତ ଚିନ୍ତିତ ଥିବା ଜଣାପଡିଛି । ଯେଉଁଥିରେ ହୋଟେଲ ଷ୍ଟାଫ ରାଗୁଥିବା ନଜର ଆସିଛନ୍ତି। ହୋଟେଲ କର୍ମଚାରୀଙ୍କ ଉପରେ ମହିଳା ଜଣକ ଚିତ୍କାର କରୁଛନ୍ତି। ଦୁର୍ବ୍ୟବହାର କରୁଛନ୍ତି।

ଭିଡିଓଟି ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏହାସହିତ ୟୁଜର୍ସ ହୋଟେଲ ଷ୍ଟାଫ ମାରପିଟ କରିବା ପରେ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.