ଉର୍ଫି ଜାଭେଦଙ୍କୁ ଲଗାତାର ଦେଇ ଆସୁଥିଲେ ଦୁଷ୍କର୍ମ ଓ ହତ୍ୟା ଧମକ; ବିହାରରୁ ଯୁବକଙ୍କୁ ଗିରଫ କଲା ପୋଲିସ

ଜଣାଶୁଣା ସୋସିଆଲ ମିଡିଆ ସେନ୍ସେସନ ଉର୍ଫି ଜାଭେଦଙ୍କୁ ଲଗାତାର ଦୁଷ୍କର୍ମ ଓ ହତ୍ୟା ଧମକ ଦେଇ ଆସୁଥିବା ଯୁବକଙ୍କୁ ପୋଲିସ ଗିରଫ କରିଛି। ଏ ନେଇ ଅଭିନେତ୍ରୀ ମୁମ୍ବାଇର ଗୋରେଗାଓଁ ଥାନାରେ ଏତଲା ଦେଇଥିଲେ, ଯାହାପରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ମୁମ୍ବାଇ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ବିହାରର ପାଟନାରୁ ଗିରଫ କରିବାରେ ସକ୍ଷମ ହୋଇଛି।

ଉର୍ଫି ଜାଭେଦଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତଙ୍କ ନାଁ ନବୀନ ଗିରି, ଯିଏକି ପେସାରେ ଜଣେ ବ୍ରୋକର ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଉର୍ଫିଙ୍କୁ ହ୍ଵାଟସ୍‌ଆପ କଲ୍‌ କରି ଖରାପ ଶବ୍ଦ କହିଥିଲେ ଏବଂ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ନବୀନ ଗିରିଙ୍କୁ ଗିରଫ କରିବା ପାଇଁ ପୋଲିସର ୩ ସଦସ୍ୟ ବିଶିଷ୍ଟ ଟିମ୍‌ ପାଟନା ଯାଇଥିଲା। ଅଭିଯୁକ୍ତଙ୍କୁ ପାଟନା ଜଙ୍କସନ ନିକଟସ୍ଥ ଏକ ହୋଟେଲରୁ ଗିରଫ କରାଯାଇଛି।

ଏବେ ମୁମ୍ବାଇ ପୋଲିସ ନବୀନଙ୍କୁ ନେଇ ମହାରାଷ୍ଟ୍ର ଯାଇଛି। ପୋଲିସ ନବୀନଙ୍କ ବିରୋଧରେ ଆଇଟି ଆକ୍ଟ ଏବଂ ଧମକର ଅନେକ ଧାରାରେ ମାମଲା ରୁଜୁ କରିଛି। ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ ଉର୍ଫିଙ୍କୁ ଭଡ଼ାରେ ଏକ ଫ୍ଲାଟ୍‌ ନବୀନ ହିଁ ଦେଇଥିଲେ। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ରାଶି କମିଶନ ରୂପେ ଅଭିନେତ୍ରୀଙ୍କୁ ଦେବାର ଥିଲା, କିନ୍ତୁ ସେ ଦେଉ ନ ଥିଲେ। ନବୀନଙ୍କ କହିବା ହେଲା, ଏଥିପାଇଁ ସେ ଏଭଳି ଏକ ତରିକା ଆପଣାଇଥିଲେ। କହି ରଖୁଛୁ, ଉର୍ଫି ଜାଭେଦଙ୍କ ସହ ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ଘଟି ସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.