ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା: ତେଜିଲା ରାଜନୀତି; ବିଜେପି, କଂଗ୍ରେସ ସରକାରଙ୍କୁ କଲେ ଟାର୍ଗେଟ୍

ଭୁବବେଶ୍ୱର (କେନ୍ୟୁଜ): ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା ନେଇ ଜୋର ଧରିଛି ରାଜନୀତି । ଘଟଣାର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ । ସେହିପରି ଗୋବିନ୍ଦ ସାହୁଙ୍କୁ ଜେଲ୍‌ରେ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି ବୋଲି ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ ଆଣିଛି । ବିଜେପି ମହିଳା ଶାଖା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, ଅପରାଧୀମାନଙ୍କୁ ନେଇ ଏ ସରକାର। ଯିଏ ଅପରାଧୀ ତାକୁ ଏଠି କାୟା ଓ ଛାୟା ମିଳେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି। ସେ ସରକାରଙ୍କ ପାଇଁ ସବୁ କାମ କରୁଥିଲେ, ଗୋବିନ୍ଦ ସାହୁ ପାଖରେ ସବୁ ତଥ୍ୟ ଥିଲା ବୋଲି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ୍ୟ କରାଗଲା। ଆଜି ଗୋବିନ୍ଦ ସାହୁ ମରିଗଲେନି ଯେ ଦିବ୍ୟଶଙ୍କର ମିଶ୍ର କ୍ଲିନଚିଟ ହୋଇଗଲେ। ଏ ହେଉଛି ଏହି ସରକାରର ଜ୍ୱଳନ୍ତ ଉଦାହରଣ। ଯାହା ପାଖରେ ସତ ଆଉ ତଥ୍ୟ ଅଛି, ତାକୁ ବାଧ୍ୟ କରାଯିବ ଆତ୍ମହତ୍ୟା କରିବା ପାଇଁ।

ତେଣେ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ବିଜେଡି ବିଧାୟକ ଅମର ଶତପଥୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କୋର୍ଟରେ ମାମଲା ବିଚାରାଧୀନ ଅଛି। ସେ ସଂକ୍ରାନ୍ତରେ ରାଜନୈତିକ ବୟାନବାଜି ଠିକ୍ ନୁହେଁ। ଯିଏ ଆତ୍ମହତ୍ୟା କରୁ କି ନ କରୁ ତାହା କୋର୍ଟ ପରିସରକୁ ଆସିବ। ଯେହେତୁ ଗୋବିନ୍ଦ ସାହୁ ମୁଖ୍ୟ ଅଭିଯୁକ୍ତ, ବିଚାରାଳୟରେ ମାମଲା ଥିବାରୁ ଯାହା କାର୍ଯ୍ୟକ୍ରମ ହେବ, କୋର୍ଟ ବିଚାର କରିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.