କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ? ତଦନ୍ତ କରିବେ ଜେଲ୍ DIG, ସଂଧ୍ୟା ସୁଦ୍ଧା ଦେବେ ରିପୋର୍ଟ

ବଲାଙ୍ଗିର(କେନ୍ୟୁଜ୍): ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ତଦନ୍ତ କରିବେ ସମ୍ବଲପୁର ରେଞ୍ଜ ଜେଲ୍ DIG ଅନସୂୟା ଜେନା । କଣ୍ଟାବାଞ୍ଜି ଜେଲ ଯାଇ ସେ ତଦନ୍ତ କରିବେ। ଏନେଇ ଜେଲ DIG ଶୁଭକାନ୍ତ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। DIG ଅନୁସୂୟା ଜେନା କହିଛନ୍ତି, ଆଜି ସଂଧ୍ୟା ସୁଦ୍ଧା ରିପୋର୍ଟ ଦେବେ।
ଆତ୍ମହତ୍ୟା ଅବହେଳାରୁ ହୋଇଛି ନା ଏଥିପାଇଁ କିଏ ଦାୟୀ? କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଛି? କିଏ ଦାୟିତ୍ୱରେ ଥିଲେ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। NHRC ଗାଇଡ଼ ଲାଇନରେ ତଦନ୍ତ ହେବ ବୋଲି ଜେଲ DIG ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି।
ସୂଚନା ଥାଉକି, ମମିତା ମେହେରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ ଗୋବିନ୍ଦ ସାହୁ । ତାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ପଡ଼ିଆରେ ପୋତି ନିଆଁ ଲଗାଇ ପୋଡ଼ି ଦେଇଥିବା ସ୍ୱୀକାର କରିଥିଲା ଗୋବିନ୍ଦ । ଏହି ମାମଲାରେ ସେ ଗିରଫ ହୋଇ ଜେଲ୍ରେ ଥିଲେ । ଘଟଣାକୁ ନେଇ ସରଗରମ ହୋଇଥିଲା ରାଜ୍ୟ ରାଜନୀତି । ଏଥିରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗରେ ସରକାରଙ୍କୁ ଘେରିଥିଲେ ବିରୋଧୀ ।