ଧରା ହେଲେ ୭ଜଣ ମୋ ବସ୍‌ ଲୁଟେରା: ୫୭ ହଜାର ଟଙ୍କା ଓ ୯ଟି ଫୋନ୍‌ ଜବତ

ଭୁବନେଶ୍ୱର(କେନ୍ୟୁଜ୍): ଧରା ହେଲେ ମୋ ବସ୍‌ ଲୁଟେରା । ୭ଜଣ ଲୁଟେରାଙ୍କୁ ଧରିଲା କମିଶନରେଟ୍‌ ପୋଲିସ୍‌ । ସେମାନଙ୍କ ନିକଟରୁ ୫୭ ହଜାର ଟଙ୍କା ଓ ୯ଟି ଫୋନ୍‌ ଜବତ ହୋଇଛି । ମୋ ବସ୍‌ରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ ଏହି ଗ୍ୟାଙ୍ଗ । ଯାତ୍ରୀ ଭାବେ ମୋ ବସ୍‌ରେ ଚଢ଼ି ଲୁଟୁଥିଲେ ଲୁଟେରା ନିକଟରେ ନୟାପଲ୍ଲୀ ଥାନାରେ ମଧ୍ୟ ଏନେଇ ଅଭିଯୋଗ ହୋଇଥିଲା ।

ଏହି ଗ୍ୟାଙ୍ଗର ସଦସ୍ୟଙ୍କ ନାଁରେ ପୂର୍ବରୁ ମଧ୍ୟ ଅନେକ ମାମଲା ରହିଛି । ବସ୍‌ରେ ଲୋକଙ୍କୁ ଘେରି ଯାଇ ଜାଣିଶୁଣି ଭିଡ ସୃଷ୍ଟି କରିବା ପରେ ଲୋକଙ୍କୁ ଲୁଟନ୍ତି । ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ଲୁଟ୍‌ କରୁଥିଲେ । ଲୁଟେରାଙ୍କ ଘର କଟକ, ଢେଙ୍କାନାଳ ଓ ପୁରୀ ଜିଲ୍ଲାରେ। ପ୍ରେସ୍‌ମିଟରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.