Below header

ଚଳନ୍ତା ଟ୍ରେନ୍‌ରେ ଚଢ଼ୁଥିଲେ ମହିଳା, କିନ୍ତୁ ଖସିଗଲା ପାଦ; ଭିଡିଓରେ ଦେଖନ୍ତୁ ତା’ପରେ କ’ଣ ହେଲା

କଥାରେ ଅଛି, ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’। ଅର୍ଥାତ୍‌ ଭଗବାନ ଯାହାକୁ ବଞ୍ଚାଇବେ କେହି ତାହାର କିଛି ବି କ୍ଷତି କରିପାରିବ ନାହିଁ। ନିକଟରେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନାରର ସିକନ୍ଦରାବାଦ ଷ୍ଟେସନ୍‌ରେ। ଏଠାରେ ଜଣେ ମହିଳା ଟ୍ରେନ୍‌ ଚକା ତଳେ ପଡ଼ୁ ପଡ଼ୁ ବଞ୍ଚିଯାଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ ଟ୍ରେନ୍‌ଟି ଧୀରେ ଧୀରେ ଆଗକୁ ଗଡ଼ୁଛି। ପଛରୁ ଜଣେ ମହିଳା ଦୌଡ଼ି ଦୌଡ଼ି ଟ୍ରେନ୍‌ ଧରିବାକୁ ଅଗ୍ରସର ହେଉଛନ୍ତି। ସେ ଚଳନ୍ତା ଟ୍ରେନ୍‌ରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କ ଗୋଡ଼ ଖସିଯାଉଛି। ଫଳରେ ସେ ପ୍ଲାଟ୍‌ଫର୍ମ ଓ ଟ୍ରେନ୍‌ ମଝିରେ ଫସିଯାଉଛନ୍ତି। କିନ୍ତୁ ଏହି ସମୟରେ ସେଠାରେ ଉପସ୍ଥିତ ଜଣେ ଆରପିଏଫ୍‌ କନେଷ୍ଟବଳ ତୁରନ୍ତ ଯାଇ ମହିଳାଙ୍କୁ ବାହାରକୁ ଭିଡ଼ି ଆଣୁଛନ୍ତି। ସେ ଯଦି ଆଉ ଟିକେ ବିଳମ୍ବ କରିଥାନ୍ତେ ତେବେ ମହିଳାଙ୍କ ମୃତ୍ୟୁ ସୁନିଶ୍ଚିତ ଥିଲା।

ଦେଖନ୍ତୁ ଭିଡିଓ:

ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ସମସ୍ତେ କନେଷ୍ଟବଳଙ୍କୁ ଦେବଦୂତ ବୋଲି କହିଛନ୍ତି। ତାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ଜୀବନ ବଞ୍ଚିଗଲା ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.