Below header

ଯାଜପୁର : ଆସନ୍ତା ୪ ତାରିଖରେ ଖୋଲିବ ମା’ ବିରଜାଙ୍କ ମନ୍ଦିର

ଯାଜପୁର ଟାଉନ (କେନ୍ୟୁଜ୍‌) : ସେବାୟତଙ୍କ ଦାବି ପରେ ନିଷ୍ପତ୍ତି ନେଲେ ଜିଲ୍ଲାପାଳ । ଆସନ୍ତା ୪ ତାରିଖ ବୁଧବାର ଦିନ ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର । ରାଜ୍ଯରେ କୋଭିଡ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲାପାଳଙ୍କୁ ଦେଇଛନ୍ତି ରାଜ୍ୟ ସରକାର । ମନ୍ଦିର ଦୀର୍ଘ ଦିନ ଧରି ବନ୍ଦ ରହିବା ଫଳରେ ଭକ୍ତମାନେ ଭଗବାନଙ୍କର ସିଧାସଳଖ ଦର୍ଶନ କରି ପାରୁନଥିଲେ । ସେବାୟତମାନେ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏ ନେଇ ବିରଜା ମନ୍ଦିର ସେବାୟତ ମାନେ ମଧ୍ୟ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ତୁରନ୍ତ ମନ୍ଦିର ଖୋଲିବା ପାଇଁ ଅନୁରୋଧ କରିଥିଲେ ।

BIRAJA-2

ଆଜି ସେବାୟତ ପରିଷଦ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଏହାପରେ ଜିଲାପାଳ ଆସନ୍ତା ୪ ତାରିଖ ଦିନ ମନ୍ଦିର ଖୋଲିବା ପାଇଁ ଘୋଷଣା କରିଥିଲେ । ମନ୍ଦିର ଖୋଲାଯିବା ପରେ ସେବାୟତ ଓ ଭକ୍ତମାନେ କୋରୋନା କଟକଣା ମାନି ଦର୍ଶନ କରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.