ବୁଲିବାର ଏମିତି ନିଶା ଚଢ଼ିଲା ଯେ କୁମ୍ଭୀରକୁ ଧରି ଓ୍ଵାକିଂରେ ବାହାରିଗଲେ ବୃଦ୍ଧା, ଦେଖନ୍ତୁ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ

ଲୋକମାନେ ଓ୍ଵାକିଂ କରିବା ବେଳେ ସାଧାରଣତଃ ପୋଷା ଜୀବଜନ୍ତୁଙ୍କୁ ନେଇ ଯାଇଥାନ୍ତି। କିନ୍ତୁ କେବେ କ’ଣ ଆପଣ କାହାକୁ ସାଙ୍ଗରେ କୁମ୍ଭୀରକୁ ନେଇ ଯାଉଥିବା ଦେଖିଛନ୍ତି କି! ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ବି ଜଣେ ମହିଳା ଓ୍ଵାକିଂରେ ଯିବା ବେଳେ ନିଜ ସହ କୁମ୍ଭୀରକୁ ନେଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଭିଡିଓରେ ଜଣେ ବୃଦ୍ଧା ନଜର ଆସିଛନ୍ତି। ସେ ଏକ କୁମ୍ଭୀର ବେକରେ ବେଲ୍ଟ ବାନ୍ଧି ତାକୁ ଧରିଛନ୍ତି। କୁମ୍ଭୀରଟି ତାଙ୍କ ଆଗେ ଆଗେ ଚାଲୁଥିବା ବେଳେ ସେ ତା’ ପଛେ ପଛେ ଚାଲିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ମହିଳା ଜଣକ କୁମ୍ଭୀରକୁ ଆଦୌ ଡରୁ ବି ନାହାନ୍ତି। ସେ ତାକୁ ଏକ ପୋଷା ଜୀବ ଭଳି ବୁଲାଉଛନ୍ତି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Jay Brewer (@jayprehistoricpets)

ଇନ୍‌ଷ୍ଟାଗ୍ରାମ୍‌ରେ jayprehistoricpets ଆକାଉଣ୍ଟରୁ ଏହି ଭିଡିଓଟି ସେୟାର କରାଯାଇଛି। ଭିଡିଓର କ୍ୟାପ୍‌ସନ୍‌ରେ ଲେଖାଯାଇଛି, Granny sure know how to walk Darth Gator it’s style 🕺 not so sure about me tho। ଇତି ମଧ୍ୟରେ ଭିଡିଓରେ ୨,୩୩,୭୬୯ ଲାଇକ୍‌ ମିଳିଥିବା ବେଳେ ପାଖାପାଖି ୨୦୦୦ ଲୋକ କମେଣ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.