ଆସନ୍ତା ୧୬ରୁ ନବମ ଶ୍ରେଣୀ ପାଠପଢା ଆରମ୍ଭ: ସ୍କୁଲରେ ସାମାଜିକ ଦୂରତା, ମାସ୍କ ପରିଧାନକୁ ବାଧ୍ୟତାମୂଳକ

ଭୁବନେଶ୍ବର(କେନ୍ଯୁଜ) : ଆସନ୍ତା ୧୬ରୁ ନବମ ଶ୍ରେଣୀ ପାଠପଢା ଆରମ୍ଭ । ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ଅଗଷ୍ଟ ମାସ ପାଇଁ ଜାରି ହୋଇଥିବା ଗାଇଡଲାଇନ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । କରୋନା କଟକଣା ମଧ୍ୟରେ ପିଲାଙ୍କ ପାଠପଢା ଚାଲିବ । ସ୍କୁଲରେ ସାମାଜିକ ଦୂରତା, ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯିବ । ଏବେ ୧୦ମ ଶ୍ରେଣୀ ପିଲାଙ୍କ କ୍ଲାସ ଚାଲୁଥିବା ବେଳେ ୯ମ ଶ୍ରେଣୀ ପିଲାଙ୍କ ପାଠପଢା ନେଇ ଆଲୋଚନା ଚାଲିଛି । ପୂର୍ବଥର ପରି ଏଥର ମଧ୍ୟ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ କ୍ଲାସ ଦୁଇଟି ସିଟିଂରେ କରିବାକୁ ଯୋଜନା ହୋଇଛି । ଏନେଇ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ନିୟମାବଳୀ ପ୍ରକାଶ ପାଇବ ।

ସେପଟେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବ କି ନାହିଁ ସେନେଇ ଅଧିକ ତର୍ଜମା ଚାଲିଛି । ଅନ୍ୟପକ୍ଷରେ ୟୁଜିସି ପକ୍ଷରୁ ୧୦ ଦିନ ହେଲା ଶିକ୍ଷା କ୍ୟାଲେଣ୍ଡର ଓ ପରୀକ୍ଷା ସମ୍ପର୍କିତ ନିୟମାବଳୀ ପ୍ରକାଶ ପାଇଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇପାରିନାହିଁ। ଚୂଡାନ୍ତ ନିଷ୍ପତ୍ତି ନେଇ ବିଶ୍ୱବିଦ୍ୟାଳୟ କୁଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କ ବୈଠକ ବସିବ। ଭର୍ଚୁଆଲରେ ହେବାକୁ ଥିବା ବୈଠକରେ ପିଲାଙ୍କ ପାଠପଢା ଓ ପରୀକ୍ଷା ସମ୍ପର୍କରେ ଆଲୋଚନା ହେବ। ଉଚ୍ଚ ଶିକ୍ଷାନୁଷ୍ଠାନ କେବେଠାରୁ ଖୋଲିବ ସେନେଇ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.