Below header

ସ୍ବାମୀଙ୍କ ଦୁର୍ଘଟଣାର ମିଥ୍ଯା ଖବର ଦେଇ ଘରୁ ଉଠାଇନେଲେ, ପରେ ବଗିଚାରେ କଲେ ଗଣଦୁଷ୍କର୍ମ

ମାନହାନୀ : ମାନହାନୀ ଥାନା ନିକଟବର୍ତ୍ତି ଏକ ଗ୍ରାମରେ ଜଣେ ଯୁବକ, ଗାଁର ଜଣେ ବିବାହିତା ମହିଳାଙ୍କୁ ତାଙ୍କ ସ୍ବାମୀଙ୍କର ଦୁର୍ଘଟଣା ହୋଇଥିବା ମିଥ୍ୟା ଖବର ଦେଇ ସାଙ୍ଗରେ ନେଇଯାଇଥିଲେ। ଏହାପରେ ଏକ ବଗିଚା ମଧ୍ୟରେ ପିଡିତା ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲା। ଏନେଇ ଅଭିଯୁକ୍ତର ଗିରଫ ଦାବିରେ ସ୍ଥାନୀୟଲୋକ ଦେଢ଼ଘଣ୍ଟା ପର‌୍ୟ୍ୟନ୍ତ ରାସ୍ତାରୋକ କରିଥିଲେ। ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲାକୁ ନିୟନ୍ତ୍ରିତ କରିଥିଲା।

GANG RAPE

ପିଡିତାଙ୍କ ଅନୁଯାୟୀ, ଶୁକ୍ରବାର ରାତିରେ ପ୍ରାୟ ୧୦ଟା ସମୟରେ ଗାଁର ସୁନିଲ ଏବଂ ପ୍ରିଂନ୍ସ ନାମକ ଦୁଇ ଯୁବକ ତାଙ୍କ ଘରକୁ ଆସିଥିଲେ। ସେଠାରେ ସେ ତାଙ୍କ ସ୍ବାମୀଙ୍କର ଟ୍ରକ ସହ ର୍ଦୁଘଟଣା ହେବା କହିଥିଲେ। ସ୍ବାମୀର ଦୁର୍ଘଟଣା ବିଷୟରେ ଶୁଣି ମହିଳା କିଛି ନଭାବି ସେମାନଙ୍କ ସହ ବାହାରିଯାଇଥିଲେ। ଏହାପରେ ସେମାନେ ତାଙ୍କୁ କାରରେ ଘଟଣାସ୍ଥଳକୁ ନନେଇ ଏପଟେସେପଟେ ବୁଲାଉଥିଲେ। କିଛି ସମୟ ପରେ ଅଭିଯୁକ୍ତ ସୁନିଲ ତାଙ୍କୁ ଯୋର ଜବରଦସ୍ତି ଗାଁ ନିକଟରେ ଥିବା ଏକ ବଗିଚାକୁ ନେଇଯାଇ ସେଠାରେ ଅନ୍ୟାନ୍ୟ ଅଭିଯୁକ୍ତଙ୍କ ସହ ମିଶି ଗଣଦୁଷ୍କର୍ମ କରିଥିଲା। ଏହାପରେ ଅଭିଯୁକ୍ତମାନେ ତାଙ୍କୁ ଘରେ ଆଣି ଛାଡିଯାଇଥିଲେ। ପିଡ଼ିତାଙ୍କ ବୟାନକ୍ରମେ ମାନହାନି ଥାନାରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି।

raped

ମାନସିକ ଭାବେ ଦିବ୍ୟାଙ୍ଗ ମହିଳାଙ୍କ ସ୍ବାମୀ

ପିଡିତାଙ୍କ ସ୍ବାମୀ ମାନସିକ ଭିନ୍ନକ୍ଷମ। ମହିଳା ଜଣଙ୍କ ଲୋକଙ୍କ ଘରେ କାମକରି ଘର ପୋଷିଥାନ୍ତି। ପିଡିତାଙ୍କୁ ଘଟଣା ସମ୍ବନ୍ଧିୟ କିଛି କାହାକୁ ନକହିବା ପାଇଁ ଧମକ ମିଳୁଥିବା ଜଣାପଡ଼ିଛି। ତେବେ ମହିଳାଙ୍କ ଡାକ୍ତରୀ ମଇନା ଏବେ କରାଯାଉଛି।
ଅଭିଯୁକ୍ତକୁ ଗିରଫ କରିବା ପାଇଁ ସ୍ଥାନୀୟ ପୋଲିସ ବିଭିନ୍ନ ସ୍ଥାନରେ ଛାପାମାରୀ କରୁଛି। ବିଶେଷସୂତ୍ରରୁ ଜଣାପଡ଼ୁଛି ଘଟଣାରେ ଦୁଇ ନୁହଁ ବରଂ ଚାରି ଜଣ ଅଭିଯୁକ୍ତ ସାମିଲ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.