ଭୋକିଲା ପେଟରେ ଚାଲି ଚାଲି ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀ ମହିଳା ଶ୍ରମିକ ରାସ୍ତା ଉପରେ କଲେ ପ୍ରସବ

‘ଯାହାକୁ ରଖିବେ ଅନନ୍ତ ତାର କି ହେବ ବଳବନ୍ତ’, ଏହି ଲୋକ କଥା ଲକଡାଉନ ସମୟରେ ହରିୟାଣା ପଲୱଲରେ ଦେଖିବାକୁ ମିଳିଛି। ଅନ୍ୟ ଜାଗା ଭଳି ଏଠାରେ ମଧ୍ୟ କରୋନା ଭାଇରସ କାରଣରୁ ଲକଡାଉନ ଜାରି ରହିଛି। ଏହି ତାଲାବନ୍ଦ ପାଇଁ ସବୁଠାରୁ ଅଧିକ ସମସ୍ୟା ପ୍ରବାସୀ ଶ୍ରମିକଙ୍କୁ ହେଉଛି। କାହିଁକିନା ତାଲା ବନ୍ଦ ପାଇଁ କାମ ଧନ୍ଦା ସବୁ ଠପ। ଯାହାଫଳରେ ସେମାନଙ୍କର ଦୁଇ ଓଳି ଦୁଇ ମୁଠା ଖାଦ୍ୟରେ ସଙ୍କଟ ଦେଖାଦେଉଛି। ଯେଉଁ କାରଣରୁ ପ୍ରବାସୀ ଶ୍ରମିକ ନିଜ ଭିଟାମାଟିକୁ ଫେରିବା ଆରମ୍ଭ କଲେଣି।

ହରିୟାଣା ପଲୱଲରୁ ନିଜ ଘର ରାଜସ୍ଥାନକୁ ପାଦରେ ଚାଲି ଚାଲି ଯାଉଥିବା ଶ୍ରମିକଙ୍କ ମଧ୍ୟରୁ ଜଣେ ମହିଳା ରାସ୍ତା ଉପରେ ଏବଂ ଧରିତ୍ରୀ ମା କୋଳରେ ଏକ ସନ୍ତାନ ଜନ୍ମ ଦେଇଛନ୍ତି। ଜନ୍ମ ଦେବା ପରେ ମହିଳା ଏବଂ ସାଥି ଶ୍ରମିକ ସେହି ଗାଁର କ୍ଷେତରେ ଖରାରେ ୩-୪ ଦିନ ରହିବା ପରେ କେହି ଜଣେ ସମାଜ ସେବୀ ସଂସ୍ଥାକୁ ଏହି ବିଷୟରେ ସୂଚନା ଦେଲେ। ଯେତେବେଳେ ସମାଜସେବୀ ସଂସ୍ଥା ସେମାନଙ୍କ ଅବସ୍ଥା ଦେଖିଲେ ସ୍ତବ୍ଧ ହୋଇଗଲେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଜନ୍ମ ଦେଇଥିବା ମହିଳା କମଳା ଜଣାଇଛନ୍ତି ଯେ ଗତ ଦଶ ବାର ଦିନ ଧରି ସେ ପାଦରେ ଚାଲି ଚାଲି ଆସୁଥିଲେ। ସେ ଜଣାଇଛନ୍ତି ଯେ ତାଙ୍କର କେହି ସାହାଯ୍ୟ କଲେ ନାହିଁ ଏବଂ ଅନେକ ଦିନ ଧରି ଭୋକିଲା ଅଛନ୍ତି। ତେବେ ଉଭୟ ମା ଏବଂ ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.