Below header

ବହୁତ ଚେଷ୍ଟା ପରେ ବି ମାଆ ହୋଇପାରୁନଥିଲେ ମହିଳା, ଡାକ୍ତର ଟେଷ୍ଟ କଲା ପରେ ଜାଣିଲେ ସେ ମହିଳା ନୁହେଁ ପୁରୁଷ !

ଖାସ୍ କରି ଲୋକ ବିବାହର ତୁରନ୍ତ ପରେ ନିଜ ପରିବାର ବଢ଼ାଇବା ପ୍ଲାନିଙ୍ଗ୍ କରନ୍ତି। ବିବାହ ପରେ ସବୁ ମହିଳା ମଧ୍ୟ ଜଲଦି ମାଆ ହେବାକୁ ଚାହାଁନ୍ତି। ଚୀନରେ ରହୁଥିବା ଜଣେ ୨୫ ବର୍ଷର ମହିଳା ବି ମାଆ ହେବାକୁ ଚାହିଁଲେ। ଏଥିପାଇଁ ସେ ଗତ ଗୋଟେ ବର୍ଷ ଧରି ଚେଷ୍ଟା ବି କରୁଥିଲେ। କିନ୍ତୁ ସବୁ ପ୍ରଚେଷ୍ଟା ବିଫଳ ଗଲା ସେ ମାଆ ହୋଇ ପାରୁନଥିଲେ। ଏହି ସବୁ ଭିତରେ ଯେତେବେଳେ ସେ ଡାକ୍ତରଙ୍କ ପାଖକୁ ଗଲେ ଆଉ ତାଙ୍କ ସାମ୍ନାକୁ ଯାହା ଆସିଲା ସେ ଚମକି ପଡିଲେ।

ଆମେ ଯେଉଁ ମହିଳାଙ୍କ ବିଷୟରେ ଆପଣଙ୍କୁ କହୁଛୁ ତାଙ୍କ ନାଁ ହେଉଛି ପିଙ୍ଗପିଙ୍ଗ। ସେ ଚୀନର ପୂର୍ବ ଭାଗରେ ସ୍ଥିତ ଝୋଜିୟାଙ୍ଗ ପ୍ରାନ୍ତରେ ରୁହନ୍ତି। ଗତ ବର୍ଷ ତାଙ୍କର ବିବାହ ହୋଇଥିଲା। ସେ ତାଙ୍କ ବିବାହରେ ବହୁତ ଖୁସି ଥିଲେ। ଆଉ ତାପରେ ସେ ମାଆ ହେବାକୁ ଚାହୁଁଥିଲେ। କିନ୍ତୁ ସେ ଏଥିରେ ସଫଳ ହୋଇପାରୁନଥିଲେ।

ladyଏହାରି ଭିତରେ ଯୁବତୀଙ୍କ ଗୋଡ ଗୋଇଠିରେ ଆଘାତ ଲାଗିଥିଲେ। ଏଥିପାଇଁ ସେ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଗଲେ। ଡାକ୍ତର ଯୁବତୀଙ୍କ ଗୋଇଠିର ଏକ୍ସରେ କଲେ। ଆଉ ଏହାପରେ ସେ ଯାହା ଦେଖିଲେ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଡାକ୍ତର ଯୁବତୀଙ୍କୁ ଜଣାଇଲେ ଯେ ତାଙ୍କ ଗୋଇଠିର ବିକାଶ ହୋଇନାହିଁ। ସେ ମହିଳା ନୁହଁନ୍ତି ବରଂ ଜଣେ ପୁରୁଷ। ଏମିତିରେ ଡାକ୍ତରଙ୍କ କଥା ଶୁଣି ଯୁବତୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ଆଉ ଚିନ୍ତାରେ ପଡିଗଲେ। କିନ୍ତୁ ପରେ ଡାକ୍ତରଙ୍କ କଥା ମାନିଲେ ଯେ ସେ ମହିଳା ନୁହଁନ୍ତି ଜଣେ ପୁରୁଷ।

ଡାକ୍ତର ମଧ୍ୟ ଏହାପରେ ତାଙ୍କର ଅନ୍ୟ ସବୁ ଟେଷ୍ଟ କରାଇ ଏହା କହିଲେ ଯେ ତାଙ୍କ ଶରୀରରେ କୌଣସି ଅଣ୍ଡାଶୟ କିମ୍ବା ଗର୍ଭାଶୟ ନାହିଁ। ବରଂ ତାଙ୍କ ଶରୀରରେ ପୁରୁଷର ଆନୁବଂଶିକ ଗୁଣ ରହିଛି। ଏମିତିରେ ସ୍ପଷ୍ଟ ହୋଇଗଲା ଯେ ପିଙ୍ଗପିଙ୍ଗ ଜଣେ ମହିଳା ନୁହଁନ୍ତି ଜଣେ ପୁରୁଷ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.