ଯାଆଁଳା ଫାଣ୍ଡି ପରିସରରେ କାର୍‌ରୁ କଙ୍କାଳ ମିଳିବା ଘଟଣା, କମିଶନରେଟ ପୋଲିସକୁ ରିପୋର୍ଟ ମାଗିଲେ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ବର: ଯାଆଁଳା ଫାଣ୍ଡିରୁ କଙ୍କାଳ ମିଳିବା ଘଟଣାରେ କମିଶନରେଟ ପୋଲିସକୁ ରିପୋର୍ଟ ମାଗିଲେ ମହିଳା କମିଶନ ଅଧ୍ୟକ୍ଷା । ୧ ମାସ ମଧ୍ୟରେ ଡିସିପି ରିପୋର୍ଟ ଦେବାକୁ କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ଏହା ଏକ ସମ୍ବେଦନଣୀଳ ଘଟଣା । କେମିତି ଫାଣ୍ଡି କ୍ୟାମ୍ପସରେ କାର୍‌ରେ ମୃତଦେହ ପଡ଼ି ରହିଲା, କେହି କେମିତି ଜାଣିପାରିଲେନି ।

ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ରିପୋର୍ଟ ମଗାଯାଇଥିବା କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷ ମୀନତି ବେହେରା । ଯାଁଳା ଫାଣ୍ଡି ପରିସରରେ କାର୍‌ରୁ କଙ୍କାଳ ଜବତ ଘଟଣାରେ ରହସ୍ୟ ଖୋଲିବା ପାଇଁ କମିଶନରେଟ ପୋଲିସ ଉଦ୍ୟମ ଚଳାଇଛି । ଏଯାଏ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ମୃତ ମହିଳାଙ୍କ ଖପୁରୀ ଓ ହାଡ଼କୁ ହାଇଦ୍ରାବାଦ ପଠାଯାଇଛି । ଫେସ୍‌ ରିକନଷ୍ଟ୍ରକସନ୍‌ କରାଯାଇ ମହିଳାଙ୍କ ପରିଚୟ ଜାଣିବା ପାଇଁ ଚେଷ୍ଟା କରାଯିବ । ଖୁବଶୀଘ୍ର ସ୍କେଚ ମିଳିବା ଆଶା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.