ସାବରିମାଲା ମନ୍ଦିରରେ ମହିଳା ଭକ୍ତଙ୍କ ପ୍ରବେଶ ବିବାଦ, ଆଜି ୧୨ଘଣ୍ଟିଆ ବନ୍ଦ ଡାକରା

କେରଳ(କେନ୍ଯୁଜ୍) : କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିରରେ ମହିଳା ଭକ୍ତଙ୍କ ପ୍ରବେଶ ନେଇ ବିବାଦ ଥମିବାର ନାଁ ନେଉନି । ସାବରିମାଲା ସଂରକ୍ଷଣ ସମିତି ପକ୍ଷରୁ ଆଜି ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଆଜି ପୁଣି ମନ୍ଦିର ଖୋଲିବା ପରେ ମହିଳାମାନେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ପ୍ରଦର୍ଶନକାରୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଶ୍ରଦ୍ଧାଳୁଙ୍କ ବିରୋଧରେ ପୋଲିସର କାର‌୍ୟ୍ୟାନୁଷ୍ଠାନ ବିରୋଧରେ ବନ୍ଦ ଡାକରା ଦିଆଯାଇଛି ।

sabarimala-2ରାଜ୍ୟର ନିଲ୍ଲକଲ, ପମ୍ଫା, ଏଲଭାକୁଲମ ଓ ସନ୍ନିଧନମରେ ୧୪୪ଧାରା ଲାଗୁ କରାଯାଇଛି । ଏହି ଅଞ୍ଚଳରେ ଏକକାଳୀନ ୪ଜଣରୁ ଅଧିକ ଲୋକ ରହିପାରିବେନି । ବନ୍ଦ ଡାକରାକୁ ଅନ୍ୟ ଦଳର ମଧ୍ୟ ସମର୍ଥନ ମିଳିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି ସାବରିମାଲା ମନ୍ଦିର ଖୋଲିଥିଲା । କିନ୍ତୁ ମହିଳାଙ୍କ ପ୍ରବେଶକୁ ନେଇ ଆୟାପ୍ପା ଭକ୍ତମାନେ ବିକ୍ଷୋଭ କରିଥିଲେ । ପୋଲିସ-ଭକ୍ତଙ୍କ ମଧ୍ୟରେ ମୁହାଁମୁହିଁ  ପରିସ୍ଥିତି ସୃଷ୍ଟି ହୋଇଥିଲା।

 

 

Leave A Reply

Your email address will not be published.