Below header

ପୁଣି ନୂଆ ଲୁକ୍‌ରେ ନଜର ଆସିଲେ ହଳଦିଆ ଶାଢି ପିନ୍ଧିଥିବା ଅଫିସର ରୀନା ଦ୍ୱିବେଦୀ, ନୂଆ ଲୁକ୍‌ ଦେଖି ପାଗଳ ହେଲେ ଯୁବପିଢି

୨୦୧୯ ବିଧାନସଭା ନିର୍ବାଚନ ସମୟରେ ସୋସିଆଲ ମିଡିଆରେ ହଳଦିଆ ଶାଢି ପିନ୍ଧିଥିବା ଜଣେ ମହିଳାଙ୍କ ଫଟୋ ଖୁବ୍ ଭାଇରାଲ ହୋଇଥିଲା । ସେହି ଫଟୋକୁ ଯୁବପିଢି ଖୁବ୍ ସେୟାର କରି ମଜାଳିଆ ଢଙ୍ଗରେ ଲେଖିଥିଲେ ଯେ, ଏହି ମହିଳାଙ୍କୁ ନିର୍ବାଚନ ବ୍ୟବସ୍ଥାରେ ଲଗାଇଲେ ୧୦୦ ପ୍ରତିଶତ ମତଦାନ ହେବ । ରାତାରାତି ଏହି ମହିଳା ପୋଲିଂ ଅଫିସର ଫେସବୁକରୁ ଆରମ୍ଭ କରି ହ୍ଵାଟସଆପ୍‌ ପର୍ଯ୍ୟନ୍ତ ସବୁ ସ୍ଥାନରେ ଭାଇରଲ ହୋଇଥିଲେ। ହଳଦିଆ ଶାଢି ପିନ୍ଧିଥିବା ଏହି ମହିଳାଙ୍କ ଫଟୋ ସାମ୍ନାକୁ ଆସିବା ପରେ ଏହି ମହିଳା ପୋଲିଂ ଅଫିସର ଯୁବପିଢିଙ୍କୁ ଖୁବ୍ ପ୍ରଭାବିତ କରିଥିଲେ । ଏହା ପରେ ସୋସିଆଲ ମିଡିଆରେ ଅନେକ ଥର ଡିମାଣ୍ଡ ଉଠିଥିଲା ଯେ ହଳଦିଆ ଶାଢି ପିନ୍ଧିଥିବା ମହିଳାଙ୍କୁ ଡ୍ୟୁଟିରେ ପୁଣି ଲଗାଯାଉ।

ଗତଥର ହଳଦିଆ ଶାଢି ପିନ୍ଧିଥିବା ପୋଲିଂ ଅଫିସର ଏଥର ୨୦୨୨ ବିଧାନସଭା ନିର୍ବାଚନରେ ଲକ୍ଷ୍ନୌରେ ନୂଆ ଲୁକ୍‌ରେ ନଜର ଆସିଛନ୍ତି । ନିର୍ବାଚନ ଡ୍ୟୁଟି ସମୟରେ ହଳଦିଆ ଶାଢି ପିନ୍ଧିଥିବା ଅଫିସରଙ୍କ ନାଁରେ ଫେମସ ହୋଇଥିବା ଲକ୍ଷ୍ନୌର ରୀନା ଦ୍ୱିବେଦୀ ପୁଣି ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛନ୍ତି ।

ୟୁପିରେ ବୁଧବାର ଚତୁର୍ଥ ଚରଣର ଭୋଟିଂ ହେବାର ଥିଲା । ଏହି ସମୟରେ ରୀନା ଦ୍ୱିବେଦୀ ବ୍ଲାକ୍ ସ୍ଲିଭଲେସ୍ ଟପ୍ ଏବଂ ହ୍ୱାଇଟ୍ ଟ୍ରାଉଜରରେ ନଜର ଆସିଲେ । ଆଖିରେ ବ୍ଲାକ୍ ସନ ଗ୍ଲାସ୍ ପିନ୍ଧିଥିବା ରୀନାଙ୍କ ଫଟୋ ପୁଣି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଏଏନଆଇ ରୀନା ଦ୍ୱିବେଦୀଙ୍କ ଫଟୋ ସେୟାର କରିଛି ଯେଉଁଥିରେ ସେ ପ୍ୟାକ୍ଡ ଇଭିଏମ୍ ମେସିନ୍ ସହିତ ପୋଲିଂ ଷ୍ଟାଫଙ୍କ ସହ ନଜର ଆସିଛନ୍ତି । ଏଥର ରୀନା ଲକ୍ଷ୍ନୌର ମୋହନଲାଲଗଞ୍ଜ ବିଧାନସଭାର ଗୋସାଇଗଞ୍ଜ ବୁଥ୍ ସଂଖ୍ୟା ୧୧୪ରେ ନିର୍ବାଚନ ଡ୍ୟୁଟିରେ ଲାଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.