Below header

ଉତ୍ତରପ୍ରଦେଶ ସରକାରଙ୍କ ନୂଆ ନିୟମ: ବୋଲବମ ଯାତ୍ରାରେ କେବଳ ବାଜିବ ଭଜନ, ଯାତ୍ରା ମାର୍ଗରେ ରହିବନି କୌଣସି ମଦ ଦୋକାନ ଏବଂ କଂସେଇ ଖାନା

ଲକ୍ଷ୍ନୌ: ଆଉ କିଛି ଦିନ ପରେ ଶ୍ରାବଣ ମାସ । ଶ୍ରାବଣ ମାସରେ ମହାଦେବ ଶିବଙ୍କ ବୋଲବମ ଯାତ୍ରା। ତେବେ ଏହାକୁ ଆଖିରେ ରଖି ଉତ୍ତରପ୍ରଦେଶ ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି । ନିୟମ ଅନୁସାରେ ବୋଲବମ ଯାତ୍ରାରେ କେବଳ ଭଜନ ହିଁ ବାଜିବ। ଆଜ୍ଞା ହଁ ଏପରି ନିର୍ଦ୍ଦେଶ ଜାରି କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି କି, କାଉଡ଼ିଆ ଯାତ୍ରା ସମୟରେ ଡିଜେ କିମ୍ବା ମାଇକ୍ ଉପରେ କୌଣସି ପ୍ରତିବନ୍ଧକ ଲାଗିବ ନାହିଁ। କିନ୍ତୁ ସ୍ଥାନୀୟ ଅଧିକାରୀ ଏହା ଅବଶ୍ୟ ସୁନିଶ୍ଚିତ କରିବେ ଯେ, କାଉଡ଼ିଆ ଯାତ୍ରା ସମୟରେ ଯେପରି କେବଳ ଭଜନ ହିଁ ବାଜିବ। ଏହା ସହିତ ଡିଜେର ଶବ୍ଦ ଏପରି ରହିବ ଯେତିକି ଶୁଣିବା ଯୋଗ୍ଯ। ସେହିପରି କାଉଡ଼ିଆ ମାନଙ୍କର ଯାତ୍ରା ମାର୍ଗରେ ଯେପରି କୌଣସି ମଦ ଦୋକାନ ଏବଂ କଂସେଇ ଖାନା ନ’ରହେ ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ଆଦେଶ ଜାରି ହୋଇଛି।

bolbumଏହା ସହ ଯୋଗୀ ଭିଡିଓ କନଫରେସିଂ ମାଧ୍ୟମରେ ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶାନ୍ତିପୂର୍ଣ୍ଣ ଭାବରେ କାଉଡ଼ିଆ ଯାତ୍ରା ସଂପୂର୍ଣ୍ଣ ହେଉ। ଯେଉଁ ଲୋକ ଅରାଜକତା ସୃଷ୍ଟି କରିବାକୁ ଚେଷ୍ଟା କରିବେ ସେମାନଙ୍କୁ ଚିହ୍ନଟ କରାଯାଇ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯାଉ । ଏହା ସହିତ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ପ୍ରମୁଖ ଶିବାଳୟ ପରିସର ସଫା ସୁତରା ରଖିବାକୁ ଏବଂ ଆବଶ୍ୟକତା ଅନୁଯାୟୀ ବିଜୁଳି, ପାଣି, ମହିଳା ମାନଙ୍କର ସୁରକ୍ଷା ଆଦି ପ୍ରତି ଦୃଷ୍ଟି ଦେବାକୁ ଆଦେଶ ଜାରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.