ଫେସବୁକ୍ ଓ ହ୍ୱାଟସଆପ ସର୍ଭର ଡାଉନ, ଫଟୋ କିମ୍ବା ଭିଡ଼ିଓ ହେଉନାହିଁ ଡାଉନଲୋଡ୍

ବିଶ୍ୱର ଅଧିକାଂଶ ସ୍ଥାନରେ ସୋସିଆଲ ମିଡିଆ ଆପ୍ ଫେସବୁକ୍, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଆଦି ଡାଉନ ରହିଛି । ଏନେଇ ଟ୍ୱିଟରରେ ଫେସବୁକ ଓ ହ୍ୱାଟସଆପ ଡାଉନ ଥିବା ଫଟୋ ସେୟାର କରୁଛନ୍ତି ୟୁଜର୍ସ । ଗତକାଲି ସନ୍ଧ୍ୟାରୁ ପ୍ରାୟ ୯ ରୁ ୧୦ ଘଣ୍ଟା ପର୍ଯ୍ଯନ୍ତ ଭାରତ ସମେତ ଅନେକ ସ୍ଥାନରେ ଫେସବୁକ ଓ ହ୍ୱାଟସଆପ ଏକ ପ୍ରକାରର ଠପ୍ ହୋଇଯାଇଥିଲା । କୌଣସି ଫଟୋ କିମ୍ବା ପୋଷ୍ଟ ସେୟାର ହୋଇପାରୁନଥିଲା । ଏବେ ମଧ୍ଯ କିଛି ସ୍ଥାନରେ ଏହି ଅସୁବିଧା ଜାରି ରହିଛି  ।

facebook

ଏହାସହ ପଢନ୍ତୁ : ଫେକ୍ ମେସେଜରେ ବାଧକ ସାଜିବ ହ୍ବାର୍ଟ୍ସ ଆପର ଏହି ନୂଆ ଫିଚର !

କିଛି ସ୍ଥାନରେ ୟୁଜର୍ସ ଫେସବୁକ ଲଗ୍ ଇନ୍ କରିପାରୁନଥିବା ବେଳେ କିଛି ଲୋକ ଫେସବୁକରେ କୌଣସି ପୋଷ୍ଟ ଦେଖିପାରୁନାହାନ୍ତି । ଏପରିକି ହ୍ୱାଟସଆପରେ ମଧ୍ୟ ଫଟୋ ଡାଉନଲୋଡ ହୋଇପାରୁନଥିବା ବେଳେ ମେସେଜ ମଧ୍ୟ ପଠାଇ ହେଉନାହିଁ । ଆଉ ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ୟୁଜର୍ସ ଟ୍ୱିଟରରେ ହ୍ୱାଟସଆପ ଓ ଫେସବୁକ ଡାଉନ ହ୍ୟାସଟ୍ୟାଗ୍ ଦେଇ ଫଟୋ ସେୟାର କରୁଛନ୍ତି । ଏହି ସମସ୍ୟାକୁ ନେଇ ଉଭୟ ଫେସବୁକ ଓ ହ୍ୱାଟସଆପ୍ କମ୍ପାନି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.