HDFC ଦେଉଛି ଏହି ଖାସ୍ ସୁବିଧା, ବିନା ଏଟିଏମ କାର୍ଡରେ ମଧ୍ୟ ମିନିଟରେ ଉଠାଇ ପାରିବେ ଟଙ୍କା

ଏଚଡିଏଫସି ବ୍ୟାଙ୍କ୍ ନିଜର ଗ୍ରାହକଙ୍କୁ ଖାସ୍ ସୁବିଧା ଦେଇଛି ଯାହାଦ୍ବାରା ଆପଣ ବିନା ଏଟିମଏମ୍ କାର୍ଡରେ ନିମିଷ ମାତ୍ରକେ ଟଙ୍କା ଉଠାଇପାରିବେ। କେବଳ ଏତିକି ନୁହେଁ କାହାକୁ ଟଙ୍କା ପଠାଇବା ପାଇଁ ଏବେ ଆପଣଙ୍କୁ ତାଙ୍କର ଆକାଉଣ୍ଟ ନମ୍ବର ଜାଣିବାର ଆବଶ୍ୟକତା ପଡିବ ନାହିଁ। କେବଳ ମୋବାଇଲ ନମ୍ବର ଦ୍ବାରା ଆପଣ ଟଙ୍କା ପଠାଇପାରିବେ। ତେବେ ଆସନ୍ତୁ ଜାଣିବା କେମିତି।

ବିନା ଏଟିଏମ କାର୍ଡ ଦ୍ବାରା ମିନିଟରେ ମିଳିଯିବ ଟଙ୍କା

ଖାସ୍ କଥା ହେଉଛି ଆପଣଙ୍କୁ ବିନା ଏଟିଏମ୍ କାର୍ଡରେ ମିନିଟରେ ଟଙ୍କା ମିଳିଯିବ। ଏଚଡିଏଫସି ବ୍ୟାଙ୍କର ଏଟିଏମରେ ଆପଣଙ୍କୁ ପୂରା ଦିନ ଏବଂ ରାତି ଟଙ୍କା ଉଠାଇବାର ସୁବିଧା ମିଳିଥାଏ। ଅବଶ୍ୟ ଏହି ସୁବିଧାରେ ଲାଭ ଉଠାଇବା ପାଇଁ ଉପଭୋକ୍ତାଙ୍କ ପାଖରେ ଏଚଡିଏଫସି ବ୍ୟାଙ୍କରେ ଆକାଉଣ୍ଟ ହେବା ଅନିବାର‌୍ୟ୍ୟ ଅଟେ।

atmଏମିତି ଉପଭୋକ୍ତାଙ୍କୁ କରନ୍ତୁ ଚୟନ

ଯଦି ଆପଣ ବିନା ଡେବିଟ୍ କାର୍ଡରେ ଟଙ୍କା ଉଠାଇବାକୁ ଚାହାନ୍ତି ତେବେ ଏଥିପାଇଁ ଗ୍ରାହକଙ୍କୁ ସ୍ବତନ୍ତ୍ର ସୁବିଧାକୁ ବାଛିବାକୁ ପଡିବ। ଏଚଡିଏଫସି ନେଟ୍ ବ୍ୟାକିଂରେ ଯାଇ ଫଣ୍ଡ ଟ୍ରାନ୍ସଫରର ବିକଳ୍ପକୁ ଚୟନ କରିବା ପରେ ଗ୍ରାହକ ରିକ୍ବେଷ୍ଟକୁ ଯାଇ ବେନିଫିଟକୁ ବାଛି ପାରିବେ। ଏଠାରେ ଆପଣ ନିଜର ବିବରଣୀ ଭରିବା ପରେ କନଫର୍ମ ବଟନ ଉପରେ କ୍ଲିକ କରନ୍ତୁ। ଏହାପରେ ଆପଣଙ୍କୁ ମୋବାଇଲ ନମ୍ବରରେ ଏକ ୱାନ ଟାଇମ୍ ପାସୱାର୍ଡ ଆସିବ ଏହାକୁ ଦେବା ପରେ ବେନିଫିଶ୍ୟରୀ ଚୟନ କରିବା ପ୍ରକ୍ରୀୟା ପୂରା ହୋଇଯିବ। ଆସନ୍ତୁ ଏବେ ଜାଣିବା ବେନିଫିଶ୍ୟରୀ ଟଙ୍କାକୁ କେମିତି ଉଠାଇବେ।

ଏହା ସହ ପଢ଼ନ୍ତୁ : ଆଉ ବ୍ୟାଙ୍କରେ କରିବାକୁ ପଡିବନି ଅପେକ୍ଷା, ଖୁବ୍ ଶୀଘ୍ର ସମସ୍ତ ସଉଦା ଦୋକାନରେ ମିଳିବ ବ୍ୟାଙ୍କିଂ ସୁବିଧା

ବିନା ଡେବିଟ୍ କାର୍ଡରେ ଏମିତି ଉଠାଇବେ ଟଙ୍କା

ବେନିଫିଶ୍ୟରୀଙ୍କ ପାଖକୁ ଚାରି ସଂଖ୍ୟାର ଓଟିପି ଏବଂ ନଅ ସଂଖ୍ୟାର ଅର୍ଡର ଆଇଡି ଆସିବ। ଏଚଡିଏଫସି ବ୍ୟାଙ୍କ ଏଟିଏମରେ ଏହି ଓଟିପି ଏବଂ ଆଇଡି ଦେଇ ଗ୍ରାହକ ଟଙ୍କା ଉଠାଇପାରିବେ। ଜଣାଇବାକୁ ଚାହିଁବୁ ଯେ ଏହି ସୁବିଧା ଏଚଡିଏଫସିର ସମସ୍ତ ଏଟିଏମରେ ଉପଲବ୍ଧ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.