Below header

ଡ୍ରଗ୍ସ ଦେଇ ଦୁଷ୍କର୍ମ କରୁଥିଲେ : ଆଦିତ୍ୟ ପାଞ୍ଚୋଲୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

ଦିନକୁ ଦିନ ବଢିଚାଲିଛି ଆଦିତ୍ୟ ପାଞ୍ଚୋଲୀଙ୍କ ଅଡୁଆ । ଗୋଟିଏ ପରେ ଗୋଟିଏ ବିବାଦରେ ଫସି ଚାଲିଛନ୍ତି ଏହି ବଲିଉଡ୍ ଅଭିନେତା । କିଛି ଦିନ ତଳେ ଜଣେ ଅଭିନେତ୍ରୀ ଆଦିତ୍ୟଙ୍କ ବିରୋଧରେ ବ୍ଲାକମେଲ୍ ଅଭିଯୋଗ । ଏବେ ଏହି ମାମଲାରେ ହୋଇଛି ନୂଆ ଖୁଲାସା । ଡ୍ରଗ୍ସ ଦେଇ ତାଙ୍କୁ ଦୁଷ୍କର୍ମ କରିଥିବା ପୋଲିସକୁ କହିଛନ୍ତି ଅଭିନେତ୍ରୀ ଜଣକ ।

ଅଭିଯୋଗ ଅନୁଯାୟୀ, ଅଭିନେତ୍ରୀ ଜଣକ ଅଭିନେତ୍ରୀ ହେବାର ସ୍ବପ୍ନ ନେଇ ମୁମ୍ବାଇ ଆସିଥିଲେ । ଆଉ ୨୦୦୪ରେ ତାଙ୍କ ଆଦିତ୍ୟଙ୍କ ସହ ଦେଖା ହୋଇଥିଲା । ଉଭୟ ଏକାଠି ଗୋଟିଏ ପାର୍ଟିକୁ ଯାଇଥିଲେ । ଏହି ପାର୍ଟିରେ ତାଙ୍କ ଡ୍ରିଙ୍କ୍ସ ରେ ଆଦିତ୍ୟ କିଛି ମିଶାଇ ଦେଇଥିଲେ । ଯାହା ଫଳରେ ତାଙ୍କ ମୁଣ୍ଡ ବୁଲାଇଥିଲା । ଏହା ପରେ ତାଙ୍କୁ ଘରେ ଛାଡିବା କହି ବିଚ୍ ରାସ୍ତାରେ କାର୍ ରଖି ଜବରଦସ୍ତି କରିଥିଲେ । ଆଉ ଏହି ସମୟର ଅପତ୍ତିଜନକ ଫଟୋ ମଧ୍ୟ ଉଠାଇରଖିଥିଲେ ।

ଏହା ସହ ପଢନ୍ତୁ ଆଦିତ୍ୟ ପାଞ୍ଚୋଲୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ମାମଲା ରୁଜୁ କଲା ମୁମ୍ବାଇ ପୋଲିସ୍

ପର ଦିନ ଦେଖା କରି କହିଥିଲେ ଆମ ଭିତରେ ସ୍ବାମୀ ସ୍ତ୍ରୀ ସମ୍ପର୍କ ଅଛି ଆଉ ଆଗକୁ ସେହିପରି ରହିବାକୁ ପଡିବ । ତେବେ ଅଭିନେତ୍ରୀ ଜଣକ ଅରାଜି ହେବାରୁ କାରରେ ନେଇଥିବା ଫଟୋ ଗୁଡିକ ଦେଖାଇ ବ୍ଲାକମେଲ୍ କରିବାକୁ ଲାଗିଥିଲେ । ଏହା ପରେ ବିଭିନ୍ନ ସମୟରେ ପୀଡିତାଙ୍କ ସହ ଜବରଦସ୍ତ ସମ୍ପର୍କ ରଖିଥିଲେ ଆଦିତ୍ୟ । ଏପରିକି ଏନେଇ ଅଭିଯୋଗ କରିବା ପାଇଁ ପୋଲିସ୍ ଷ୍ଟେସନ୍ ଯାଉଥିବା ସମୟରେ ବିଚ୍ ରାସ୍ତରେ ତାଙ୍କ ଅଟୋ ରଖି ପିଟିଥିଲେ ।

ଏହା ପରେ ବ୍ଲାକମେଲ୍ କରି ଏକ କୋଟି ଟଙ୍କା ମାଗିଥିଲେ ପାଞ୍ଚୋଲି । ଆଉ ପୀଡିତା ଅଭିନେତ୍ରୀ ଜଣକ ତାଙ୍କୁ ୫୦ ଲକ୍ଷ ଟଙ୍କା ଦେଇଥିଲେ । ଏହା ପରେ କିଛି ଦିନ ପାଇଁ ତାଙ୍କ ପିଛା ଛାଡିଦେଇଥିଲେ ଆଦିତ୍ୟ । ପୁଣି କିଛି ଦିନ ପରେ ସମାନ ଭାବରେ ବଦନାମ କରିବାର ବ୍ଲାକମେଲ୍ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.