ବିନା ଆଧାର କାର୍ଡରେ କିଣି ପାରିବେନି କଟୁରୀ,ଏମିତି ନିୟମ ଆଣିଲା ପ୍ରଶାସନ

ପୁନେ : କେବେ ଶୁଣି ନଥିବେ ଆଧାର କାର୍ଡ ଦେଖାଇ ଜିନିଷ କିଣିବା କଥା । ହେଲେ ଏମିତି ନିୟମ ଜାରି କରାଯାଇଛି ମହାରାଷ୍ଟ୍ରର ପୁଣେରେ । ଏଠାରେ ଚାଷ ଉପକରଣ କଟୁରୀଟିଏ କିଣିବାକୁ ହେଲେ ମଧ୍ୟ ଆପଣଙ୍କୁ ଆଧାର କାର୍ଡ ଦେଖାଇବାକୁ ହେବ । ଯଦି କେହି ବିଶ୍ୱାସଯୋଗ୍ୟ ହେଉ ନାହାଁନ୍ତି ତେବେ ତାଙ୍କୁ କଟୁରୀ ବିକ୍ରି କରନାହିଁ ବୋଲି କହିଛି ପୋଲିସ ।

କାରଣ ପୁନେେରେ ଏବେ ଅଧିକାଂଶ ଅପରାଧ କଟୁରୀ ଦ୍ୱାରା ସଂଗଠିତ ହେଉଛି । ଅପରାଧୀ କଟୁରୀ ଦ୍ୱାରା ଭୟଭୀତ କରାଇ ଲୁଟ ପାଟ କରୁଛନ୍ତି । ଏହି ଗ୍ୟାଙ୍ଗକୁ କଟୁରୀ ଗ୍ୟାଙ୍ଗ ବୋଲି କୁହାଯାଉଛି । ଏମାନେ ଘର ଭିତରେ ମଧ୍ୟ ପଶି କଟୁରୀ ଦେଖାଇ ଲୁଟ କରୁଛନ୍ତି । ତେଣୁ ପୋଲିସ ସମସ୍ତ ଛୋଟ ବଡ ହାର୍ଡେଓ୍ଵୟାର ଷ୍ଟୋରଙ୍କୁ ନିର୍ଦ୍ଦେଶ ଦେଇଛି କି ବିନା ଆଧାର ପ୍ରମାଣପତ୍ରରେ କଟୁରୀ ବିକ୍ରି ନ କରିବାକୁ । ଏହି ଅପରାଧୀମାନଙ୍କୁ କଣ୍ଟ୍ରୋଲ କରିବା ପାଇଁ ପୋଲିସ ଏପରି ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.