Below header

ଦୁର୍ଗା ପୂଜାରେ ଡ୍ୟାନ୍ସ କରିବା ଖୁସି ପଡିଲା ମହଙ୍ଗା, ଡିଜେ ତାଳରେ ନାଚୁ ନାଚୁ ଟଳିପଡିଲେ ଯୁବକ

ଉତ୍ତରପ୍ରଦେଶ ଅକବରପୁର ନଗର ଲୋରପୁର ରାଜନ ମୋହଲ୍ଲ ରାଜଭର ବସ୍ତିରେ ଦୁର୍ଗାପୂଜା ଆୟୋଜନରେ ଏଭଳି ଅଘଟଣ ଘଟିଛି । ଡିଜେର ତାଳେ ତାଳେ ଡ୍ୟାନ୍ସ କରୁଥିବା ବେଳେ ହଠାତ୍‌ ଜଣେ ଯୁବକ ତଳେ ପଡିଯାଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦୁର୍ଗା ପୂଜା ପେଣ୍ଡାଲରେ ଡ୍ୟାନ୍ସ କରୁ କରୁ ପଡିଯିବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଉତ୍ତରପ୍ରଦେଶ ଅକବରପୁର ନଗର ଲୋରପୁର ରାଜନ ମୋହଲ୍ଲ ରାଜଭର ବସ୍ତିରେ ଦୁର୍ଗାପୂଜା ଆୟୋଜନରେ ଏଭଳି ଅଘଟଣ ଘଟିଛି ।

ଖବର ମୁତାବକ, ଉତ୍ତରପ୍ରଦେଶ ଅକବରପୁର ନଗର ଲୋରପୁର ରାଜନ ରାଜଭର ବସ୍ତିରେ ଦୁର୍ଗାପୂଜା ପାଇଁ ପେଣ୍ଡାଲ ହୋଇଥିଲା । ସବୁଦିନ ଭଳି ଆଜି ମଧ୍ୟ ଡିଜେ ବାଜୁଥିଲା । ଆଉ ଡିଜେର ତାଳେ ତାଳେ ଡ୍ୟାନ୍ସ କରୁଥିବା ବେଳେ ହଠାତ୍‌ ଜଣେ ଯୁବକ ତଳେ ପଡିଯାଇଥିଲେ । ଯୁବକ ଜଣକ ପଡିବା ପରେ ତାଙ୍କୁ ଉଠାଇ ତୁରନ୍ତ ହସପିଟାଲ ନିଆଯାଇଥିଲା । ଆଉ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ହାର୍ଟଆଟାକ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତଦେହ ବ୍ୟବଚ୍ଛେଦ କରିବା ପରେ ଯୁବକଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

ସେହିଭଳି କୋଶାମ୍ବୀରେ ଅଷ୍ଟମୀ ରାତିରେ ଡିଜେରେ ଡ୍ୟାନ୍ସ କରୁଥିବା ସମୟରେ ଜଣେ ଯୁବକ ତଳେ ପଡିଯାଇଥିଲେ । ଆଉ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ପୂଜା ମାହୋଲ ଦୁଃଖରେ ପରିଣତ ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.