କିଟ୍ ଟ୍ରାନ୍ସପୋର୍ଟ ବିଭାଗ ପକ୍ଷରୁ ଦୁର୍ଗାପୂଜା ଅନୁଷ୍ଠିତ

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଆରା ଢଙ୍ଗରେ କିଟ୍ ଟ୍ରାନ୍ସପୋର୍ଟ ବିଭାଗ ପକ୍ଷରୁ ମହା ଆଡ଼ମ୍ବରରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଶୁଭେଛା ଜଣାଇଥିଲେ।

ଏହି ଅବସରରେ ଡ. ସାମନ୍ତ କିଟ ପରିସରରେ ଏକ ଟ୍ରାନ୍ସପୋର୍ଟ ଭଵନ ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ। ଦୁର୍ଗାପୂଜା ଅବସରରେ କିଟ୍ ଟ୍ରାନ୍ସପୋର୍ଟ ବିଭାଗରେ ୨ ଶହରୁ ଊର୍ଦ୍ଧ୍ଵ ବସ ସମେତ ୫ ଶହରୁ ଅଧିକ ଗାଡି ପୂଜା କରାଯାଇଥିଲା।

ଟ୍ରାନ୍ସପୋର୍ଟ ବିଭାଗର ଚିଫ ଜେନେରାଲ ମ୍ୟାନେଜର ଦିଲ୍ଲୀପ ଜେନା ପ୍ରତିଷ୍ଠାତା ଡ. ସାମନ୍ତଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ଆଜି ସ୍ୱତନ୍ତ୍ର ଦିବସରେ ପ୍ରତିଷ୍ଠାତାଙ୍କ ପକ୍ଷରୁ ସମସ୍ତ ଟ୍ରାନ୍ସପୋର୍ଟ କର୍ମଚାରୀଙ୍କୁ ନୂତନ ପୋଷାକ ଓ ବୋନସ ପ୍ରଦାନ କରାଯାଇଥିବ ପ୍ରକାଶ କରିଥିଲେ। ଶେଷରେ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ନିଜର ହିରୋ ମୋଟର ସାଇକେଲରେ କିଟ ପରିସରରୁ କୋଏଲ କ୍ୟାମ୍ପସ ପର୍ଯ୍ୟନ୍ତ ବାଇକ ଚଳାଇ ଯାଇଥିଲେ

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.