ଆପଣ ମଧ୍ୟ ଫୋନ୍‌କୁ ଅପ୍‌ଡେଟ୍‌ କରୁନାହାନ୍ତି କି ? ସାବଧାନ ହୋଇପାରେ ବଡ ସମସ୍ୟା

ଆପଣ ନିଜ ଫୋନ୍‌ର ଷ୍ଟୋରେଜ୍‌ କମ ହେଇଯିବା କଥା ଚିନ୍ତା କରି ଫୋନ୍‌ଟିକୁ ଅପ୍‌ଡେଟ୍‌ କରୁନାହାନ୍ତି, ତାହେଲେ ଆପଣ ବହୁତ ବଡ ଭୁଲ କରୁଛନ୍ତି । ତେବେ ଆଜି ଆମେ ଆପଣମାନଙ୍କୁ ଜଣାଇବୁ ଯେ ଫୋନ୍‌ଟିକୁ ଅପ୍‌ଡେଟ୍‌ ନକରିବା ଦ୍ୱାରା ଫୋନ୍‌ ଉପରେ ଏହାର କଣ ପ୍ରଭାବ ପଡିଥାଏ ।

ବର୍ତ୍ତମାନ ସମୟରେ ସମସ୍ତ ଲୋକମାନେ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି । ହେଲେ ଏହି ଫୋନ୍‌ରେ କିଛି ସମୟରେ କମ୍ପାନୀ ଅପ୍‌ଡେଟ୍‌ କରିବା ପାଇଁ ଦେଇଥାଏ । ତେବେ ଆମେ ଫୋନ୍‌ଟିକୁ ଅପ୍‌ଡେଟ୍‌ କରିବା ମାତ୍ରେ, ଆମ ଫୋନ୍‌ ଭଲ ଚାଲିବା ସହ ନୂଆ ନୂଆ ଫିଚର ମଧ୍ୟ ଆସିଥାଏ । ଯଦି ଆପଣ ନିଜ ଫୋନ୍‌ର ଷ୍ଟୋରେଜ୍‌ କମ ହେଇଯିବା କଥା ଚିନ୍ତା କରି ଫୋନ୍‌ଟିକୁ ଅପ୍‌ଡେଟ୍‌ କରୁନାହାନ୍ତି, ତାହେଲେ ଆପଣ ବହୁତ ବଡ ଭୁଲ କରୁଛନ୍ତି । ତେବେ ଆଜି ଆମେ ଆପଣମାନଙ୍କୁ ଜଣାଇବୁ ଯେ ଫୋନ୍‌ଟିକୁ ଅପ୍‌ଡେଟ୍‌ ନକରିବା ଦ୍ୱାରା ଫୋନ୍‌ ଉପରେ ଏହାର କଣ ପ୍ରଭାବ ପଡିଥାଏ ।

ଲଗ ଇନ ପ୍ରୋବ୍ଲେମ :
ଯଦି ଆପଣ ଆପଣଙ୍କ ଫୋନ୍‌ ବାରମ୍ବାର ଅପ୍‌ଡେଟ୍‌ କରୁନାହାନ୍ତି, ତାହେଲେ ଆପଣଙ୍କ ଫୋନ୍‌ରେ ଲଗ ଇନ ସମସ୍ୟା ଦେଖାଯାଇଥାଏ । ଏଭଳି ପରିସ୍ଥିତିରେ, ଆପଣ ଫୋନ୍‌ରେ ମଲ୍ଟିଟାସ୍କିଂ କରିପାରିବେ ନାହିଁ ଏବଂ ଗେମ ଖେଳିପାରିବେ ନାହିଁ ଏହାସହ ଭିଡିଓ ଷ୍ଟ୍ରିମିଂ କରିବାରେ ମଧ୍ୟ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବା ପାଇଁ ପଡିବ । ସେଥିପାଇଁ ଯଦି ଆପଣ ସ୍ମାର୍ଟଫୋନ୍‌ ଲଗ ଇନ ସମସ୍ୟାରୁ ବଞ୍ଚିବା ପାଇଁ ଚାହୁଁଛନ୍ତି, ତାହେଲେ ଫୋନ୍‌ ଅପ୍‌ଡେଟ କରନ୍ତୁ । ଏହାକୁ ଅଣଦେଖା କରନ୍ତୁ ନାହିଁ ।

ସ୍ମାର୍ଟଫୋନ୍‌ ହୋଇପାରେ ବ୍ଲାଷ୍ଟ :
ଆପଣ ଯଦି ସ୍ମାର୍ଟଫୋନ୍‌ ଅପ୍‌ଡେଟ୍‌ କରୁନାହାନ୍ତିଁ, ତାହେଲେ ଆପଣଙ୍କୁ ଅନେକ ପ୍ରକାରର ସମସ୍ୟାର ସାମ୍ନା କରିବା ପାଇଁ ପଡିପାରେ । ସେଥିରୁ ସବୁ ଠାରୁ ବଡ ପ୍ରୋବ୍ଲେମେ ହେଉଛି ଫୋନ୍‌ ହ୍ୟାଙ୍ଗ ହେବା । ଏପରି ବାରମ୍ବାର ହେବା ଦ୍ୱାରା ଫୋନ୍‌ର ବ୍ୟାଟେରୀ ଉପରେ ପ୍ରଭାବ ପଡିଥାଏ ଓ ଫୋନ୍‌ଟି ଅଧିକ ହିଟ୍‌ ହୋଇଥାଏ । ଏପରି ହେବା ଦ୍ୱାରା ଫୋନ୍‌ଟି ବ୍ଲାଷ୍ଟ ମଧ୍ୟ ହୋଇପାରେ ଏବଂ ସ୍ମାର୍ଟଫୋନ୍‌ ବମ ପରି ଫାଟି ପାରେ ।

ମଦର ବୋଡ୍‌ ନଷ୍ଟ ହୋଇପାରେ :
ଫୋନ୍‌କୁ ଠିକ୍‌ ସମୟରେ ଅପ୍‌ଡେଟ୍‌ କରୁନାହାନ୍ତି କି, ତାହେଲେ ଫୋନ୍‌ର ମଦର ବୋଡ୍‌ ନଷ୍ଟ ହୋଇପାରେ । ଯାହାଦ୍ୱାରା ଆପଣଙ୍କ ସ୍ମାର୍ଟଫୋନ୍‌ କାମ କରିବା ପୂରା ବନ୍ଦ ହୋଇଯିବ । ଏହାସହ ଆପଣ କଲ୍‌ କିମ୍ବା ମ୍ୟାସେଜ୍‌ କରିପାରିବେ ନାହିଁ ।

ଓଭରହିଟିଂ ର ସମସ୍ୟା :
ଫୋନ୍‌କୁ ଅପ୍‌ଡେଟ୍‌ କରିବା ଦ୍ୱାରା ଫୋନ୍‌ଟି ଭଲ ଭାବେ କାମ କରିଥାଏ । ହେଲେ ଯଦି ଆପଣ ଫୋନ୍‌ଟିକୁ ଅପ୍‌ଡେଟ୍‌ କରୁନାହାନ୍ତି, ତାହେଲେ ଆପଣଙ୍କ ଫୋନ୍‌ଟି ଓଭରହିଟିଂ ସମସ୍ୟା ବଢି ଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.