Below header

ହାତ ନ ଥାଇ ବି ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ଏହି ଯୁବକ, ଗୋଡ଼ରେ କଲେ ଏମିତି କାମ, ଭିଡିଓ ଭାଇରାଲ

କିଛି ଲୋକଙ୍କ ପାଖରେ ସବୁ ଥାଇ ମଧ୍ୟ ସେମାନେ ଖୁସିରେ ନ ଥାଆନ୍ତି। କିନ୍ତୁ ଆଉ କିଛି ଲୋକଙ୍କ ପାଖରେ କିଛି ନ ଥାଇ ବି ସେମାନେ ବହୁତ ଖୁସିରେ ଥାଆନ୍ତି। ନିଜର ଆତ୍ମବିଶ୍ୱାସ ଓ ଦୃଢ଼ ମନୋବଳ ଦ୍ୱାରା ସେମାନେ ସବୁ ଅସମ୍ଭବକୁ ସମ୍ଭବ କରିପାରନ୍ତି।

11111

ଆଜି ଆମେ ଆପଣଙ୍କୁ ଏମିତି ଜଣେ ଯୁବକଙ୍କ କଥା କହିବୁ, ଯାହାକୁ ଦେଖିଲେ ଆପଣ ହୃଦୟର ସହିତ ‘ବାଃ’ ବୋଲି କହିବେ। ହଁ, ଯୁବକ ଜଣକ ସାଧାରଣ ନୁହେଁ। କାରଣ, ତାଙ୍କର ପିଲାବେଳୁ ଦୁଇଟି ହାତ ନାହିଁ। ସେ ଯାହା ବି କରନ୍ତି, ସବୁ ନିଜ ଗୋଡ଼ ସାହାଯ୍ୟରେ।

ଏଠି ଆମେ ତାଙ୍କର ଏକ ଭିଡିଓ ଦେଖାଇବାକୁ ଯାଉଛି, ଯେଉଁଥିରେ ସେ ନିଜ ଗୋଡ଼ରେ କ୍ୟାରାମ୍‌ ଖେଳୁଛନ୍ତି। ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଯାଇଛି। ଶିବ ନାୟକ ନାମକ ବ୍ୟକ୍ତି ଏହି ଭିଡିଓକୁ ଫେସ୍‌ବୁକରେ ଶେୟାର କରିଛନ୍ତି।

12

ଭିଡିଓରେ ଦେଖିବାକୁ ମିଳୁଛି ଯେ ଯୁବକ ଜଣକ କ୍ୟାରାମ୍‌ ବୋର୍ଡର ଗୋଟିଏ ପାଖେ ବସିଛନ୍ତି। ଯେତେବେଳେ ତାଙ୍କର ପାଳି ଆସୁଛି, ସେ ନିଜ ସିଟ୍‌ରୁ ଉଠି ଗୋଡ଼ ଦ୍ୱାରା କ୍ୟାରାମ୍‌ ଖେଳୁଛନ୍ତି। ଭିଡିଓରେ କିଛି ଲୋକ କମେଣ୍ଟସ୍‌ ଦେଇଛନ୍ତି, ଏହି ଯୁବକ ‘ଇଣ୍ଡିଆ ଗଟ୍‌ ଟ୍ୟାଲେଣ୍ଟ’ରେ ଯିବା ଉଚିତ। ତେବେ ଭିଡିଓକୁ ଏ ପଯ୍ୟର୍ନ୍ତ ୬୫ ହଜାରରୁ ଅଧିକ ଲୋକ ଶେୟାର କରିସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.