‘ମୋ ସ୍ତ୍ରୀକୁ ବାପ ଘରୁ ଫେରାଇଆଣ’, ଏମିତି ଜିଦି କରି ପ୍ରଥମେ ହାତ କାଟିଲେ ଯୁବକ, ତା’ପରେ ଟାଓ୍ଵାରରେ ଚଢି ଦେଲେ ଆତ୍ମହତ୍ୟା ଧମକ

ମଧ୍ୟପ୍ରଦେଶ ଖଣ୍ଡଓ୍ଵାର କୋତଓ୍ଵାଲୀ ଥାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କୁ ଶ୍ୱଶୁର ଘରୁ ଆଣିବା ପାଇଁ ଅଭିଯୋଗ କରିବାକୁ ଆସିଥିବା ଯୁବକ ଜବରଦସ୍ତ ଡ୍ରାମା କରିଛନ୍ତି। ଯୁବକ ଜଣକ ପ୍ରଥମେ ନିଜର ହାତ କାଟିବା ପରେ ମୋବାଇଲ ଟାଓ୍ଵର ଉପରେ ଚଢି ମରିବା ପାଇଁ ଧମକ ଦେଇଥିଲେ। ଟାଓ୍ଵରରେ ଚଢି ଯୁବକ ଜଣକ କହିଥିଲେ, ମୋ ପତ୍ନୀଙ୍କୁ ତାଙ୍କ ଘରୁ ଆଣ, ନଚେତ୍‌ ମୁଁ ଏଠାରୁ ଡେଇଁ ଆତ୍ମହତ୍ୟା କରିବି। ଯୁବକଙ୍କ ପୋଲିସ ଅନେକ ପରିଶ୍ରମ କରିବା ପରେ ଏଠାରୁ ଉଦ୍ଧାର କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଯୁବକଙ୍କ ପତ୍ନୀ ତାଙ୍କ ବାପ ଘରକୁ ଯାଇଥିଲେ। ଅନେକ ଦିନ ଧରି ପତ୍ନୀ ତାଙ୍କ ବାପ ଘରୁ ଫେରୁନଥିଲେ। ତେଣୁ ପୋଲିସ ପାଖକୁ ଯୁବକ ଜଣକ ନିଜ ପତ୍ନୀଙ୍କୁ ଫେରାଇ ଆଣିବା ପାଇଁ ଗୁହାରି କରିବାକୁ ଯାଇଥିଲେ। ଯୁବକ ଜଣକ ଥାନାକୁ ନିଶାରେ ଚୁରମାର ହୋଇ ଯାଇଥିଲେ। ପ୍ରଥମେ ଥାନାରେ ହାତ କାଟିଥିଲେ ଯୁବକ। ତାଙ୍କୁ ସେଠାରୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।ଡାକ୍ତରଖାନା ନେବା ପରେ ସେ ପୁଣି ଥାନାକୁ ରିପୋର୍ଟ ଲେଖିବାକୁ ଆସିଥିଲେ। ସେଠାରେ ପୁଣି ଥରେ ମୋବାଇଲ ଟାଓ୍ଵାରରେ ଚଢି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ପ୍ରଥମ ଥରରେ ଯୁବକଙ୍କ ଅଭିଯୋଗ ଗ୍ରହଣ କରାନଯିବାରୁ ସେ ଏପରି କରିଥିଲେ।

ପୋଲିସ ପରେ କଠିନ ପରିଶ୍ରମ କରି ଯୁବକଙ୍କୁ କାବୁ କରିନେଇଥିଲା। ଯୁବକ ଜଣକ ହନୁମାନ ମନ୍ଦିରରେ ନିକଟରେ ରହୁଥିଲେ। ତା’ ପରେ ତାଙ୍କ ପରିବାର ଲୋକଙ୍କୁ ଡକାଯାଇ ଘରକୁ ପଠାଯାଇଥିଲା। ତେବେ ଯୁବକଙ୍କ ଅବସ୍ଥା ଭଲ ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Also Read : ସ୍ୱପ୍ନରେ ଛେଳି କାଟୁଛି ଭାବି ନିଜର ପ୍ରାଇଭେଟ୍‌ ପାର୍ଟ କାଟିଦେଲେ ଯୁବକ, ରକ୍ତ ଜୁଡୁବୁଡୁ ହେବା ପରେ ଭାଙ୍ଗିଲା ନିଦ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.