Below header

ସ୍ୱପ୍ନରେ ଛେଳି କାଟୁଛି ଭାବି ନିଜର ପ୍ରାଇଭେଟ୍‌ ପାର୍ଟ କାଟିଦେଲେ ଯୁବକ, ରକ୍ତ ଜୁଡୁବୁଡୁ ହେବା ପରେ ଭାଙ୍ଗିଲା ନିଦ

ସ୍ୱପ୍ନ ଦୁନିଆରେ ଆପଣ କିଛି ବି କରିପାରିବେ। ସ୍ୱପ୍ନ ଦେଖି ମଣିଷ ଏମିତି ଏକ ଦୁନିଆକୁ ଚାଲିଯାଏ, ଯେଉଁଠି ସେ କ’ଣ କରେ, ତାହା ଜାଣିପାରିବେ ନାହିଁ। ଏମିତି ସ୍ୱପ୍ନ ଦେଖି ଦେଖି ଜଣେ ଯୁବକ ନିଜକୁ ଲହୁଲୁହାଣ କରିଛନ୍ତି। ଯୁବକ ଜଣକ ସ୍ୱପ୍ନରେ ମାଂସ କାଟୁଥିବା ଦେଖି ଏମିତି ଲହୁଲୁହାଣ ହୋଇଛନ୍ତି, ଯାହା ବିଷୟରେ ଆପଣ ଜାଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ।

ଘାନାରେ ରହୁଥିବା କୋଫି ଆଟା ନାମକ ଜଣେ ବ୍ୟକ୍ତି ପେଶାରେ ଜଣେ ଚାଷୀ। କୋଫି ନିଦରେ ଶୋଇଥିବା ସମୟରେ ପରିବାର ପାଇଁ ମାଂସ କାଟୁଥିବା ସ୍ୱପ୍ନ ଦେଖୁଥିଲେ। ନିଦରେ ଥିବା ସମୟରେ ହାତରେ ଛୁରୀ ଧିରି ନିଜ ଶରୀରକୁ ଲହୁଲୁହାଣ କରିଥିଲେ। ଅଧିକ ଯନ୍ତ୍ରଣା ହେବା ପରେ ନିଦ ଭାଙ୍ଗିବାରୁ ଯାହା ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ନିଦ ଭାଙ୍ଗିବା ପରେ ନିଜକୁ ରକ୍ତରେ ଜୁଡୁବୁଡୁ ହୋଇଥିବା ଦେଖିଥିଲେ କୋଫି।

meat
photo credit: justdial

କୋଫି ନିଦରୁ ଉଠିବା ପରେ ପ୍ରାଇଭେଟ ପାର୍ଟକୁ କାଟି ଦେଇଥିଲେ। ନିଦରେ ଥିବା ଅବସ୍ଥାରେ ଛେଳି କାଟୁଥିବା ସ୍ୱପ୍ନ ଦେଖିଥିଲେ। ଏହି ସମୟରେ ନିଜର ପ୍ରାଇଭେଟ ପାର୍ଟକୁ କାଟିଦେଇଥିଲେ। କଷ୍ଟ ଅଧିକ ହେବା ପରେ ନିଜ ଭାଙ୍ଗିବା ପରେ ସତ ଜାଣିପାରିଥିଲେ। କୋଫି ଚେୟାର ବସି ଥିବା ସମୟରେ ତାଙ୍କୁ ଗଭୀର ନିଦ ହୋଇଯାଇଥିଲା। ହେଲେ ତାଙ୍କ ହାତକୁ ଛୁରୀ କେଉଁଠୁ ଆସିଲା, ତାହା କେହି ବୁଝିପାରୁନାହାନ୍ତି। ତେବେ ଏହି ଘଟଣା ପରେ ତାଙ୍କ ପତ୍ନୀଙ୍କୁ ତୁରନ୍ତ ଖବର ଦିଆଯାଇଥିଲା।

ଘଟଣା ପରେ ଗୁରୁତର ଅବସ୍ଥାରେ କୋଫି ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଡାକ୍ତର ତାଙ୍କର ସର୍ଜରୀ କରିଥିଲେ। ତାଙ୍କ ସର୍ଜରୀ ପାଇଁ ପ୍ରଚୁର ପରିମାଣର ଟଙ୍କା ଦରକାର ବୋଲି କୋଫି କହିଛନ୍ତି।

 

Also Read : ବିଗବସ୍‌ ଫେମ୍‌ ତଥା ବିଜେପି ନେତ୍ରୀ ସୋନାଲୀ ଫୋଗଟଙ୍କ ମୃତ୍ୟୁ, ଗୋଆରେ ହେଲା ହାର୍ଟଆଟାକ

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.