ବିଗବସ୍‌ ଫେମ୍‌ ତଥା ବିଜେପି ନେତ୍ରୀ ସୋନାଲୀ ଫୋଗଟଙ୍କ ମୃତ୍ୟୁ, ଗୋଆରେ ହେଲା ହାର୍ଟଆଟାକ

ହରିୟାଣାର ବିଜେପି ନେତା ତଥା ବିଗ୍‌ ବସ୍‌ ଫେମ୍‌ ସୋନାଲୀ ଫୋଗଟଙ୍କ ମୃତ୍ୟୁ ହୋଇଛି। ସୋମବାର ରାତିରେ ଗୋଆରେ ହାର୍ଟ ଆଟାକ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ତାଙ୍କ ବିୟୋଗରେ କୋଟି କୋଟି ଫ୍ୟାନ୍ସ ଶୋକରେ ରହିଛନ୍ତି। ତେବେ ମୃତ୍ୟୁ ପଛରେ ଆଉ କ’ଣ କାରଣ ରହିଛି, ତାହା ଏଯାଏଁ ଜଣାପଡିନାହିଁ। ସୋନାଲୀଙ୍କ ମୃତ୍ୟୁ ବିଷୟରେ ଗୋଆ ଡିଜିପି ଜଣାଇଛନ୍ତି। କେବଳ ଏତିକି ନୁହେଁ ସୋନାଲୀ ଟିକଟକ୍‌ ଆପରେ ବେଶ୍‌ ଲୋକପ୍ରିୟ ରହିଥିଲେ।

ସୂଚନା ମୁତାବକ, ସୋନାଲୀ ଫୋଗଟ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଗୋଆ ବୁଲିବାର ପ୍ଲାନ କରିଥିଲେ।ସୋନାଲୀ ନିଜ ସଚିବ ସୁଧୀର ସାଙ୍ଗବାନ ଏବଂ ତାଙ୍କ ଟିମ୍‌ ସହିତ ଗୋଆ ଯାଇଥିଲେ। ସୋନାଲୀ ଫୋଗଟଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକ ହରିୟାଣାର ହିସାର ଜିଲ୍ଲାର ଭୂଥନ ଗାଁରୁ ଗୋଆକୁ ଯାଇଛନ୍ତି। ୨୦୧୬ରେ ସୋନାଲୀ ସଂଜୟ ଫୋଗଟ ହରିୟାଣାର ଫାର୍ମ ହାଉସରେ ସନ୍ଦିଗ୍ଧ ପରିସ୍ଥିତିରେ ମୃତ ଅବସ୍ଥାରେ ମିଳିଥିଲେ।

ସୋନାଲୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପାଖାପାଖି ୧୩ ଘଣ୍ଟା ପୂର୍ବରୁ ଏକ ଭିଡିଓ ଅପଲୋଡ କରିଥିଲେ। ଗୋଆରେ ଥିବା ବେଳେ ଏହି ଭିଡିଓ ଇନଷ୍ଟାରେ ସେୟାର କରିଥିଲେ ସୋନାଲୀ।

ସୋନାଲୀ ଫୋଗଟ ଗତ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପିରୁ ଟିକେଟ ପାଇଁ ନିର୍ବାଚନ ଲଢୁଥିଲେ। ହରିୟାଣାରର ଆଦମପୁର ବିଧାନସଭା ସିଟରେ କୁଲଦୀପ ବିଷ୍ନୋଇଙ୍କ ବିପକ୍ଷରେ ନିର୍ବାଚନ ଲଢିଥିଲେ। କିଛିଦିନ ତଳେ କୁଳଦୀପଙ୍କ ସହିତ ସାକ୍ଷାତ କରିଥିଲେ। କୁଲଦୀପ କିଛିଦିନ ତଳେ ବିଜେପିରେ ଯୋଗ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.