ସପନା ଚୌଧୁରୀଙ୍କ ନାଁରେ ଗିରଫ ଓ୍ଵାରେଣ୍ଟ ଜାରି, ପ୍ରୋଗ୍ରାମ୍‌ କ୍ୟାନ୍‌ସଲ କରି ଟଙ୍କା ହଜମ କରିଥିବା ଅଭିଯୋଗ

ଜଣାଶୁଣା ଡ୍ୟାନ୍ସର ସପନା ଚୌଧୁରୀଙ୍କ ବିରୋଧରେ ଲକ୍ଷ୍ନୌର ଏସ୍‌ସିଜେଏମ୍‌ କୋର୍ଟ ଗିରଫ ପରଓ୍ଵାନା ଜାରି କରିଛନ୍ତି। ଡ୍ୟାନ୍ସ କାର୍ଯ୍ୟକ୍ରମ ରଦ୍ଦ କରି ଟିକେଟ ପଇସା ନ ଫେରାଇବା ଯୋଗୁ ସପନାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଏହି ମାମଲା ୪ ବର୍ଷ ତଳର। ଏହି ମାମଲାର ଶୁଣାଣି ବେଳେ ସପନା କୋର୍ଟରେ ହାଜର ନ ହେବାରୁ ତାଙ୍କ ନାଁରେ ଓ୍ଵାରେଣ୍ଟ ଜାରି ହୋଇଛି।

ଏହି ମାମଲାରେ ସପନା ମେ ୧୦ରେ ଆତ୍ମ ସମର୍ପଣ କରି ଆଗୁଆ ଜାମିନ୍‌ ନେଇଥିଲେ। ଜୁନ୍‌ ୮ରେ ତାଙ୍କୁ ସର୍ତ୍ତରେ ଜାମିନ୍‌ ମିଳିଥିଲା। ସୋମବାର ଦିନ ଏହି ମାମଲାର ଶୁଣାଣି ଥିଲା। କିନ୍ତୁ ସପନା କୋର୍ଟରେ ଉପସ୍ଥିତ ହୋଇ ନଥିଲେ। ଏଣୁ କୋର୍ଟ ତାଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି କରିଛନ୍ତି।

ସୂଚନା ମୁତାବକ, କୋର୍ଟରେ ଅନ୍ୟ ଅଭିଯୁକ୍ତ ହାଜର ନ ହେବାରୁ କ୍ଷମା ଯାଚନା ଦେଇଥିବା ବେଳେ ସପନା ଚୌଧୁରୀଙ୍କ ପକ୍ଷରୁ କିନ୍ତୁ ସେଭଳି କରାଯାଇନଥିଲା। ପ୍ରକାଶ ଯେ ୧ ମେ ୨୦୧୯ରେ ସପନା ଚୌଧୁରୀଙ୍କ ବିରୋଧରେ ବିଶ୍ୱାସଘାତକତା ଓ ଧୋକା ମାମଲାରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ୨୦ ଜାନୁଆରୀ ୨୦୧୯ରେ ଆୟୋଜକ ଜୁନୈଦ ଅହମ୍ମଦ, ଇବାଦ ଅଲ୍ଲୀ, ରତ୍ନାକର ଉପାଧ୍ୟାୟ ଓ ଅମିତ ପାଣ୍ଡେଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।

Also Read: ପ୍ରେମିକାକୁ ପ୍ରେମ କଲା ବୋଲି ସାଙ୍ଗକୁ ଛୁରୀ ଭୁସି ହତ୍ୟା, ଦିଲ୍ଲୀ ୟୁନିଭର୍ସିଟିର ୩ ଛାତ୍ର ଗିରଫ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.