ପ୍ରେମିକାକୁ ପ୍ରେମ କଲା ବୋଲି ସାଙ୍ଗକୁ ଛୁରୀ ଭୁସି ହତ୍ୟା, ଦିଲ୍ଲୀ ୟୁନିଭର୍ସିଟିର ୩ ଛାତ୍ର ଗିରଫ

ନୂଆଦିଲ୍ଲୀ: ପ୍ରେମ ବ୍ୟାପାରକୁ ନେଇ ଜଣେ ଯୁବକକୁ ହତ୍ୟା କରିଛନ୍ତି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୩ ଛାତ୍ର। ପାଠ ପଢ଼ିବା ବୟସରେ ଏଭଳି ସାଂଘାତିକ କାଣ୍ଡ ଘଟାଇଛନ୍ତି ଏହି ପିଲାମାନେ। ହତ୍ୟା ମାମଲାର ତଦନ୍ତ କରିବା ଅବସରରେ ଦିଲ୍ଲୀ ପୋଲିସ ଦିଲ୍ଲୀ ୟୁନିଭର୍ସିଟିର ୩ ଛାତ୍ରଙ୍କୁ ଗିରଫ କରିଛି। ଏହି ୩ ଜଣ ଗ୍ରାଜୁଏସନ୍‌ ପଢ଼ୁଥିବା ବେଳେ ମଙ୍ଗେଲପୁରୀରେ ରହୁଥିଲେ। ଏହି ହତ୍ୟାକାରୀଙ୍କ ନାଁ ପ୍ରଶାନ୍ତ, ଅଭିଷେକ ଓ ଦୀପକ ବୋଲି ଜଣାଯାଇଛି।

ସୂଚନା ମୁତାବକ, ଅଗଷ୍ଟ ୨୧ ତାରିଖରେ ରାଜ ପାର୍କ ଅଞ୍ଚଳରେ ଜଣେ ବ୍ୟକ୍ତିିଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ଜାଣିବାକୁ ପାଇଥିଲା ଯେ ମୃତକଙ୍କ ନାଁ କୃଷ୍ଣ (୨୧)। କୃଷ୍ଣଙ୍କ ଛାତି ଓ ପେଟରେ ଡଜନେରୁ ଅଧିକ ଥର ଛୁରାମାଡ଼ କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ପୋଲିସ ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଘଟଣାସ୍ଥଳରେ ସୁନୀଲ ନାମକ ଜଣେ ପ୍ରତ୍ୟକ୍ଷଦର୍ଶୀ କୃଷ୍ଣଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଛୁରାମାଡ଼ କରିଥିଲେ। ତାଙ୍କ ହାତର କେତେକ ସ୍ଥାନରେ ମଧ୍ୟ କ୍ଷତ ହୋଇଛି। ମୃତକ ମଧ୍ୟ ବୟାନରେ ପ୍ରଶାନ୍ତ ଓ ଅଭିଷେକଙ୍କ ନାଁ ନେଇଥିଲା। ପରେ ପୋଲିସ ଚଢ଼ଉ କରି ୩ ଅଭିଯକ୍ତଙ୍କୁ ଗିରଫ କରିଛି।

ପଚରାଉଚରା ବେଳେ ୩ ଜଣ କହିଥିଲେ ଯେ ରବିର ଗାର୍ଲଫ୍ରେଣ୍ଡ ସହ ପ୍ରଶାନ୍ତର ସମ୍ପର୍କ ଥିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ମାମଲାକୁ ତୁଟାଇବାକୁ ପ୍ରଶାନ୍ତ ଓ ରବି ରାଜ ପାର୍କ ଅଞ୍ଚଳକୁ ଆସିଥିଲେ। କିନ୍ତୁ ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ଏମାନଙ୍କ ଭିତରେ ରବିଙ୍କ ସାଙ୍ଗ କୃଷ୍ଣ ଚାଲି ଆସିଥିଲା ଓ ସେ ଇଟାରେ ପ୍ରଶାନ୍ତକୁ ଆକ୍ରମଣ କରିଥିଲା। କିଛି ସମୟ ପରେ ପ୍ରଶାନ୍ତ ନିଜ ସହ ସଞ୍ଜୀବ ଓ ଅଭିଷେକକୁ ଧରି ଆସିଥିଲା। ତିନିଜଣ ଯାକ ମିଶି କୃଷ୍ଣକୁ ଛୁରୀରେ ଆକ୍ରମଣ କରି ହତ୍ୟାକରିଥିଲେ। ତିନି ଜଣ ଅଭିଯୁକ୍ତ ଦିଲ୍ଲୀ ୟୁନିଭର୍ସିଟିର ଓପନ୍‌ ସ୍କୁଲର ଗ୍ରାଜୁଏସନ୍‌ର ତୃତୀୟ ବର୍ଷର ଛାତ୍ର। ୩ ଜଣଙ୍କୁ ଗିରଫ କରି ଜେଲକୁ ପଠାଇଛି ପୋଲିସ।

Also Read: ଆମେରିକା ଓ ଦକ୍ଷିଣ କୋରିଆର ସବୁଠୁ ବଡ଼ ମିଳିତ ସମରାଭ୍ୟାସ, କିମ୍‌ ଜୋଙ୍ଗ ଉନ୍‌ଙ୍କୁ ଜବାବ ଦେବାକୁ ପ୍ରସ୍ତୁତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.