ମୁମ୍ବାଇର ଫାଇଭ୍‌ ଷ୍ଟାର ହୋଟେଲକୁ ବୋମା ଧମକ, ଫୋନରେ ୫ କୋଟି ଟଙ୍କା ମାଗିଲା ଦୁର୍ବୃତ୍ତ

କେନ୍ୟୁଜ୍(ବ୍ୟୁରୋ): ମୁମ୍ବାଇରେ ପୁଣି ବୋମା ଧମକ । ଏକ ଫାଇଭ୍‌ ଷ୍ଟାର ହୋଟେଲକୁ ବୋମା ଧମକ । ହୋଟେଲରେ ୪ଟି ବୋମା ରଖାଯାଇଥିବା ନେଇ ଅଜଣା କଲ ଆସିଛି । ବ୍ୟକ୍ତି ଜଣକ ବୋମା ନିଷ୍କ୍ରିୟ କରିବାକୁ ୫ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ମୁମ୍ବାଇ ପୋଲିସ । ୫ କୋଟି ଦିଅ, ନହେଲେ ଉଡ଼ିବ ପଞ୍ଚ ତାରକା ହୋଟେଲ । କିଛି ଦିନ ପୂର୍ବରୁ ମୁମ୍ବାଇକୁ ପାକିସ୍ତାନ ନମ୍ବରୁ ଧମକପୂର୍ଣ୍ଣ ମେସେଜ ଆସିଥିଲା ।

mum୨୬/୧୧ ଭଳି ଆଉ ଏକ ଆକ୍ରମଣ ପାଇଁ ଧମକ । ଏଥିପାଇଁ ଦେଶ ଭିତରକୁ ୬ଜଣ ସନ୍ଦିଗ୍‌ଧ ପ୍ରବେଶ କରିଥିବା ମେସେଜରେ ଲେଖାଯାଇଥିଲା । ଯେଉଁ ନମ୍ବରରୁ ଧମକପୂର୍ଣ୍ଣ ମେସେଜ ଆସିଛି ତାହା ଏକ ପାକିସ୍ତାନୀ ନମ୍ବର ଥିଲା । ମୁମ୍ବାଇ ଟ୍ରାଫିକ ପୋଲିସ କଣ୍ଟ୍ରୋଲ ରୁମ୍‌ ଏମିତି ଏକ ମେସେଜ ପାଇବା ପରେ ତଦନ୍ତ ଜୋରଦାର କରିଛି ପୋଲିସ। ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.