ଆମେରିକା ଓ ଦକ୍ଷିଣ କୋରିଆର ସବୁଠୁ ବଡ଼ ମିଳିତ ସମରାଭ୍ୟାସ, କିମ୍‌ ଜୋଙ୍ଗ ଉନ୍‌ଙ୍କୁ ଜବାବ ଦେବାକୁ ପ୍ରସ୍ତୁତି

ଆମେରିକା ଓ ଦକ୍ଷିଣ କୋରିଆର ବିରାଟ ମିଲିଟାରୀ ଡ୍ରିଲ। କିମ ଜୋଙ୍ଗ ଉନ୍‌କୁ ଜବାବ ଦେବାକୁ ମିଲିଟାରୀ ଡ୍ରିଲ। ଉତ୍ତର କୋରିଆର ପରମାଣୁ ଆକ୍ରମଣ ଭୟ ମଧ୍ୟରେ ଆରମ୍ଭ ହୋଇଛି ‘ଉଲଚି ଫ୍ରିଡମ୍‌ ସିଲ୍ଡ’ ମିଲିଟାରୀ ଡ୍ରିଲ। ଦୀର୍ଘ ବର୍ଷ ଭିତରେ ଏହା ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ସବୁଠୁ ବଡ଼ ମିଳିତ ସମରାଭ୍ୟାସ।

ଆକାଶରେ ଗର୍ଜୁଛି ଦୁଇ ଦେଶର ଘାତକ ବିମାନ। ଏୟାରକ୍ରାଫ୍ଟ, ଓ୍ଵାର୍‌ ସିପ୍‌, ଟ୍ୟାଙ୍କ ଓ ୧୦ ହଜାରରୁ ଅଧିକ ସୈନ୍ୟଙ୍କୁ ନେଇ ଚାଲିଛି ସମରାଭ୍ୟାସ। ଡ୍ରୋନ୍‌ ଆକ୍ରମଣ, ୟୁକ୍ରେନ୍‌ ଉପରେ ରୁଷ ଆକ୍ରମଣର ନୂଆ ରଣକୌଶଳ ଓ ଏୟାରପୋର୍ଟ, ବନ୍ଦର ଓ ଶିଳ୍ପାଞ୍ଚଳରେ ଆକ୍ରମଣର କିପରି ସାମ୍ନା କରାଯିବ ଏହାର ଅଭ୍ୟାସ କରୁଛନ୍ତି ଦୁଇ ଦେଶର ସେନା। ଅଗଷ୍ଟ ୨୨ରୁ ଆରମ୍ଭ ହୋଇଥିବା ଏହି ସମରାଭ୍ୟାସ ୧ ସେପ୍ଟେମ୍ବର ଯାଏ ଚାଲିବ। ୨୦୧୯ ମସିହାରେ ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ ଉନ୍‌ ଓ ଆମେରିକା ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିତୀୟ ବୈଠକ ବାତିଲ ହେବାରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି।


ଅନ୍ୟପଟେ ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ବଢୁଥିବା ସମ୍ପର୍କକୁ ନେଇ ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ ପରମାଣୁ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ତେଣୁ ପ୍ରତିରକ୍ଷା ପାଇଁ ଆମେରିକା ଓ ଦକ୍ଷିଣ କୋରିଆ ଏହି ସମରାଭ୍ୟାସ କରୁଥିବା କହିଛି। ମାତ୍ର କିମ୍‌ ଜୋଙ୍ଗ ଉନ କହିଛନ୍ତି ଆକ୍ରମଣର ଏହା ପୂର୍ବାଭାସ।

Also Read: ଦିନ ଆରମ୍ଭରୁ ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.