ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟ ମୁଖ୍ୟ କିରାଣୀ, ଡିଗ୍ରୀ ସାର୍ଟିଫିକେଟ ପାଇଁ ନେଉଥିଲେ ଲାଞ୍ଚ

କଟକ(କେନ୍ୟୁଜ୍): ଲାଞ୍ଚ ନେଇ ଆଇନ ମହାବିଦ୍ୟାଳୟ କିରାଣୀ ଭିଜିଲାନ୍ସ ଜାଲରେ। ଢେଙ୍କାନାଳ ଆଇନ ମହାବିଦ୍ୟାଳୟ ମୁଖ୍ୟ କିରାଣୀ ଉତ୍ତମ କୁମାର ରାଉତ। ୮ହଜାର ୫୦୦ ଟଙ୍କା ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ। ଜଣେ ପୁରାତନ ଛାତ୍ରଙ୍କୁ ତାଙ୍କ ଏଲଏଲବି ଡିଗ୍ରୀ ସାର୍ଟିଫିକେଟ ଯୋଗାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ।

ସାର୍ଟିଫିକେଟ ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ ଉତ୍ତମ। ପରେ ୮୫୦୦ ଟଙ୍କାରେ ସାର୍ଟିଫିକେଟ ଦେବେ ବୋଲି ରାଜି ହୋଇଥିଲେ। ଲାଞ୍ଚ ଟଙ୍କା ଉତ୍ତମଙ୍କ ଠାରୁ ଜବତ କରିଛି ଭିଜିଲାନ୍ସ।ଟ୍ରାପ ପରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ଉତ୍ତମ ରାଉତଙ୍କ ଢେ଼ଙ୍କାନାଳ ସହର ସ୍ଥିତ ଘରେ ଯାଞ୍ଚ କରୁଛି ଭିଜିଲାନ୍ସ।

You might also like