ଚଳିତ ବର୍ଷ ରାଜଧାନୀରେ ୫୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଗଜାନନ, ମୂର୍ତ୍ତି ବିସର୍ଜନ ପାଇଁ ୨ଟି ଅସ୍ଥାୟୀ ପୋଖରୀ ନିର୍ମାଣ

ଭୁବନେଶ୍ୱର(କେନ୍ୟୁଜ୍): ଦିନ କେଇଟା ପରେ ଗଣେଶ ପୂଜା । ଅଗ୍ରପୂଜ୍ୟଙ୍କ ପୂଜା ପରେ ଆରମ୍ଭ ହେବ ପାର୍ବଣର ଋତୁ । ଚଳିତ ବର୍ଷ ଗଣେଶ ପୂଜା ପାଇଁ ଭୁବନେଶ୍ୱରର ସମସ୍ତ କ୍ଲବ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ୫୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ଗଣେଶ। ଶତାଧିକ ଲୋକଙ୍କୁ ନେଇ ରାଜଧାନୀରେ ହୋଇପାରିବ ପୂଜା। ଏନେଇ ପ୍ରତିକ୍ରିୟା ରଖିଛନ୍ତି BMC କମିଶନର। ଭକ୍ତମାନେ ପୂଜା ମଣ୍ଡପକୁ ଯାଇ ଗଜାନନଙ୍କ ଦର୍ଶନ କରିପାରିବେ। କିନ୍ତୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି BMC କମିଶନର।

ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ୨ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ସେଥିରେ ମୂର୍ତ୍ତି ବିସର୍ଜନ କରିବାକୁ ଅପିଲ କରିଛନ୍ତି BMC କମିଶନର। ପୂଜାରେ ବ୍ୟବହାର ହେଉଥିବା ସମସ୍ତ ସାମଗ୍ରୀକୁ ଅସ୍ଥାୟୀ ପୋଖରୀରେ ପକାଇବାକୁ ଅନୁରୋଧ କରିଛନ୍ତି । କୋଭିଡ ପାଇଁ ୨ ବର୍ଷ ହେବ ବନ୍ଦ ରହିଥିଲା ସେଲିବ୍ରେସନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.