କେନ୍ଦ୍ରୀ ମନ୍ତ୍ରୀଙ୍କ ଘରେ ଯୁବକଙ୍କୁ ଗୁଳି କରି ହତ୍ୟା, ଘଟଣାସ୍ଥଳରୁ ପିସ୍ତଲ ଜବତ କଲା ପୋଲିସ

କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋରଙ୍କ ଘରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପୋଲିସ ଘଟଣା ସ୍ଥଳରୁ ପିସ୍ତଲ ଜବତ କରି ୩ ଜଣଙ୍କୁ ଅଟକ ରଖିଛି । ମୃତ ଯୁବକ ଜଣକ ମନ୍ତ୍ରୀଙ୍କ ପୁଅର ସାଙ୍ଗ ବୋଲି ଜଣାପଡିଛି ।

ଲକ୍ଷ୍ନୌରେ କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋରଙ୍କ ନୂଆ ଘରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ବିନୟ ଶ୍ରୀବାସ୍ତବ। ସେ ମନ୍ତ୍ରୀ କୌଶଲ କିଶୋରଙ୍କ ପୁଅଙ୍କ ସାଙ୍ଗ ବୋଲି ଜଣାପଡିଛି । ବିନୟଙ୍କ ମୃତ୍ୟୁ ଗୁଳି ବାଜିବା ଯୋଗୁଁ ହୋଇଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାସ୍ଥଳରୁ ମନ୍ତ୍ରୀଙ୍କ ପୁଅଙ୍କ ନାଁରେ ଥିବା ବନ୍ଧୁକକୁ ପୋଲିସ ଜବତ କରିଛି।

ତେବେ ମୃତ ଯୁବକଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି । ଏହି ମାମଲାରେ ହତ୍ୟା ଅଭିଯୋଗ କରିବା ସହିତ ପୋଲିସ ମାମଲାର ଯାଞ୍ଚ କରୁଛି । ପୋଲିସ ଏହି ମାମଲାରେ ତିନି ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଖବର ମୁତାବକ, ସାଂସଦ କୌଶଲ କିଶୋରଙ୍କ ଘରେ ଗତକାଲି ରାତିରେ ପାର୍ଟି ଜମିଥିଲା । ଏହି ପାର୍ଟିରେ ଯୁବକ ଜଣକ ସାମିଲ ଥିଲ । ତେବେ ଯୁବକଙ୍କ ମୃତ୍ୟୁ ସକାଳ ୪ଟାରେ ହୋଇଥିବା ଜଣାପଡିଛି । ଗୁଳି କେମିତି ବାଜିଲା, କିଏ ମାରିଲା ତାହାର ତଦନ୍ତ ପୋଲିସ କରୁଛି । ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଟକ ଥିବା ୩ ଜଣ ଯୁବକ ମଧ୍ୟ ପାର୍ଟିରେ ସାମିଲ ଥିଲେ ।

ତେବେ ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଏହି ମାମଲାରୁ ନେଇ ଯାଞ୍ଚ ଚାଲିଛି । କେଉଁଭଳି ପରିସ୍ଥିତିରେ ଏହି ଘଟଣା ଘଟିଛି, ତାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତାଙ୍କ ପୁଅ ଆଶୁ ପିସ୍ତଲକୁ ଗୁଳି କିଏ ମାରିଲା ତାହାର ମଧ୍ୟ ଯାଞ୍ଚ ହେଉଛି । ଯେଉଁମାନେ ଦୋଷୀ ନିଶ୍ଚିତ ଭାବେ ଦଣ୍ଡ ପାଇବେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ତେବେ ପାର୍ଟିରେ ମନ୍ତ୍ରୀଙ୍କ ପୁଅ ଉପସ୍ଥିତ ନଥିଲେ। ସେ କୌଣସି କାମରେ ଦିଲ୍ଲୀ ଯାଇଛନ୍ତି ବୋଲି ତାଙ୍କ ବାପା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.