ହେଲିକପ୍ଟରରୁ ଓହଳି ମାରିଲେ ୨୫ ପୁସଅପ୍‌, ଭାଙ୍ଗିଲେ ଗିନିଜ ଓ୍ଵାର୍ଲ୍ଡ ରେକର୍ଡସ

ନୂଆଦିଲ୍ଲୀ : କିଛି ବ୍ୟକ୍ତି ଅଛନ୍ତି,ଯେଉଁମାନେ ସର୍ବଦା କିଛି ନା କିଛି କାମ କରି ଲୋକ ଲୋଚନରେ ରହିବାକୁ ଚାହାଁନ୍ତି । ରେକର୍ଡ କରିବାର ନିଶା ଯୋଗୁ ସେମାନେ କିଛି ବି କରିବାକୁ ପଛାଇ ନଥାନ୍ତି । ଏମିତି ଜଣେ ବ୍ୟକ୍ତି ଯେ କି ଗିନିଜ ଓ୍ଵାର୍ଲ୍ଡ ରେକର୍ଡ କରିବାକୁ ଏକ ଦୁଃସାହସୀକ ପଦକ୍ଷେପ ନେଇଛନ୍ତି । ସେ ଉଡନ୍ତା ହେଲିକପ୍ଟରରୁ ଓହଳି ୨୫ ପୁଶଅପ୍‌ ମାରିବାକୁ ସକ୍ଷମ ହୋଇଛନ୍ତି ।

ଏହି ବ୍ୟକ୍ତି ହେଉଛନ୍ତି ନେଦରଲାଣ୍ଡର ଜଣେ ୟୁଟୁବର । ତାଙ୍କ ନାମ ହେଉଛି ଷ୍ଟେନ ବ୍ରାଉନୀ । ସେ ଗତ ଜୁଲାଇ ୬ ତାରିଖରେ ବେଲଜୟମର ଏଣ୍ଟବର୍ପ ଠାରେ ଥିବା ହୋବେନନ ଏୟାରଫିଲ୍ଡରୁ ଏହି ଦୁଃସାହସୀକ କାର୍ଯ୍ୟ କରିଥିଲେ । ହେଲିକପ୍ଟରରୁ ଓହଳି ୧ ମିନିଟରେ ୨୫ ପୁଶଅପ୍‌ ମାରି ପୂର୍ବ ରେକର୍ଡ କରିଥିବା ଅର୍ଜନ ଅଲବର୍ସଙ୍କ ୨୪ ରେକର୍ଡକୁ ଭାଙ୍ଗିଥିଲେ ।

ଗିନିଜ ଓ୍ଵାର୍ଲ୍ଡ ରେକର୍ଡ ଅନୁସାରେ ବ୍ରାଉନୀ ସବୁଦିନ ଏଠାରେ ପ୍ରଶିକ୍ଷଣ ନେଉଥିଲେ । ସେ ଏକ ହେଲିକପ୍ଟର ଭଡାରେ ନେବାକୁ ପ୍ରାୟ ୧୫ ଦିନ ଧରି ଚେଷ୍ଟା କରିଥିଲେ । ହେଲିକପ୍ଟର ପାଇବା ପରେ ସେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ପରେ ସେ ତାଙ୍କର ପ୍ରଶିକ୍ଷଣର ପରୀକ୍ଷା ଦେଇଥିଲେ ଜୁଲାଇ ୬ ତାରିଖରେ । ସେ ଉଡନ୍ତା ହେଲିକପ୍ଟରୁ ଓହଳି ୨୫ ପୁସଅପ ମାରିବାକୁ ସକ୍ଷମ ହୋଇଥିଲେ । ଫଳରେ ପୂର୍ବରୁ ସେ ୨୩ ପୁଶଅପ୍‌ ମାରି ଗିଜିନ ଓ୍ଵାର୍ଲ୍ଡ ରେକର୍ଡ କରିଥିବା ଅର୍ଜନ ଅଲବସଙ୍କ ରେକର୍ଡ ଭାଙ୍ଗିବାକୁ ସକ୍ଷମ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.