Below header

ୟୁଟ୍ୟୁବରେ ଲାଇକ୍ ପାଇବା ପାଇଁ ଯୁବକ କଲେ କିଛି ଏମିତି କାମ, ଯିବାକୁ ପଡିଲା ୧୫ ମାସ ଜେଲ୍

ସ୍ପେନରେ ୟୁଟ୍ୟୁବରେ ଲାଇକ୍ ପାଇବା ପାଇଁ ଜଣେ ଯୁବକ ଜଣେ ୫୨ ବର୍ଷର ବ୍ୟକ୍ତିଙ୍କୁ ବିଷ୍କୁଟରେ ଟୁଥପେଷ୍ଟ ମିଶାଇ ଖାଇବାକୁ ଦେଇଦେଲେ। ବିଷ୍କୁଟକୁ ଖାଇବା ପରେ ବେଘର ଏବଂ ଅସହାୟ ବ୍ୟକ୍ତିର ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଗଲା। ତାଙ୍କୁ ବାନ୍ତି ମଧ୍ୟ ହେବାକୁ ଲାଗିଥିଲା। କିନ୍ତୁ ଯୁବକ ଜଣକ ତାଙ୍କୁ ସାହାଯ୍ୟ କରିବା ବଦଳରେ ଭିଡିଓ ବନାଇଲେ ଏବଂ ୟୁଟ୍ୟୁବରେ ପୋଷ୍ଟ କରିଦେଲେ।

ଯୁବକଙ୍କର ନାମ ରେନ। ତାଙ୍କର ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ୟୁଜର୍ସ ଆକ୍ରୋଷିତ ହୋଇଗଲେ। ଲୋକଙ୍କର କହିବା କଥା ଯେ ଏହା ଏକ ବହୁତ ଖରାପ ମଜାକ୍ ଅଟେ, ଯାହା ଦ୍ବାରା ସେହି ବ୍ଯକ୍ତି ଆହତ ହୋଇଗଲେ। ଘଟଣା ପରେ ଯୁବକଙ୍କ ବିରୁଦ୍ଧରେ ମାମଲା ରୁଜୁ ହେଲା।

biscuitଅଦାଲତ ଯୁବକଙ୍କ ଏହି କାରନାମା ପାଇଁ ୧୫ ମାସର ଦଣ୍ଡ ଶୁଣାଇଛନ୍ତି ଏବଂ ଏହାସହିତ ଜରିମାନା ମଧ୍ୟ ଶୁଣାଇଛନ୍ତି। ଏହାଛଡା ଅଦାଲତ ୫ ବର୍ଷ ପର୍ଯ୍ୟନ୍ତ ଯୁବକଙ୍କର ୟୁଟ୍ୟୁବ ଏବଂ ସୋସିଆଲ ମିଡିଆ ଆକାଉଣ୍ଟସ ୟୁଜ୍ କରିବାରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି।

ଜଣାଇବାକୁ ଚାହିଁବୁ ଯେ ଯୁବକ ଜଣଙ୍କ ୟୁଟ୍ୟୁବରେ ରିସେଟ ନାମରେ ପ୍ରସିଦ୍ଧ। ସ୍ପେନିସ୍ ମିଡିଆ ଅନୁଯାୟୀ ଯୁବକ ଜଣଙ୍କ କୋର୍ଟକୁ ଜଣାଇଥିଲେ ଯେ ନିଜ ଚ୍ୟାନେଲର ପ୍ରମୋସନ ପାଇଁ ସେ ଏମିତି କରିଥିଲେ। କାରଣ ପ୍ଲାଟଫର୍ମରେ ଲୋକଙ୍କୁ ଏମିତି ମଜାକ୍ ହିଁ ପସନ୍ଦ ଆସିଥାଏ। ଅବଶ୍ୟ ବିବାଦ ପରେ ଭିଡିଓ ଡିଲିଟ୍ କରିଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.