ଦୁନିଆର ୩ଟି ରହସ୍ୟମୟ ସ୍ଥାନ, କେଉଁଠାରେ ବିଷଧର ସାପ ତ କେଁଉଠି ମନୁଷ୍ୟ ଖପୁରୀ ଆସିଥାଏ ନଜର

ସାରା ଦୁନିଆରେ ଏପରି ଅନେକ ରହସ୍ୟମୟ ସ୍ଥାନ ରହିଛି ଯାହା ବିଷୟରେ ଶୁଣିବା ମାତ୍ରେ ହଠାତ୍ ବିଶ୍ବାସ ହୋଇନଥାଏ। କିଛି ସ୍ଥାନ ଖୁବସୁନ୍ଦର ହୋଇଥିବା ବେଳେ କିଛି ହୋଇଥାଏ ଖୁବ ଭୟାନକ। ଏପରି ମଧ୍ୟ ଅନେକ ସ୍ଥାନ ରହିଛି ଯାହା ପଛର ରହସ୍ୟ ବର୍ତ୍ତମାନ ପର‌୍ୟ୍ୟନ୍ତ ବିଜ୍ଞାନ ପାଖରେ ମଧ୍ୟ ରହିନାହିଁ। କିନ୍ତୁ ଆଜି ଆମେ ଆପଣଙ୍କୁ ଦୁନିଆର ଏପରି କିଛି ରହସ୍ୟମୟ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ କେବେ ଆପଣ ଜାଣିନଥିବେ।

snake-island

ବ୍ରାଜିଲର ସ୍ନେକ ଆଇଲାଣ୍ଡ

ସାଓପାଲୋ ଦ୍ବୀପକୁ ସାଧାରଣତଃ ଲୋକ ସ୍ନେକ ଦ୍ବୀପ ଭାବେ ଜାଣିଛନ୍ତି। ଆଜି ପର‌୍ୟ୍ୟନ୍ତ କେହିଁ ଜାଣିପାରି ନାହାନ୍ତି ଏହି ଦ୍ବୀପରେ କେଉଁ ଆଡୁ ଏତେ ସଂଖ୍ୟାକ ସାପ ଜନ୍ମ ନେଇଛନ୍ତି। ଏଠାରେ ପ୍ରତି ବର୍ଗମିଟରରେ ଆପଣଙ୍କୁ ୫ଟି ବିଷଧର ସାପ ନଜର ଆସିବ। ଏପରିକି ଏଠାରେ ଦୁନିଆର ସବୁଠାରୁ ବିଷଧର ସାପ ମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥାଏ। ଏଣୁ ବ୍ରାଜିଲ ସରକାର ସେହି ଦ୍ବୀପକୁ ଯିବା ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି।

suicide forest

ଜାପାନର ସୁସାଇଡ ଫରେଷ୍ଟ ଓକେଘାରା

ଏହି ଜଙ୍ଗଲରେ ୨୦୦୨ ମସିହାରେ ଏକା ସାଙ୍ଗରେ ୭୮ ଲୋକ ଆତ୍ମହତ୍ୟା କରିଥିଲେ। ପ୍ରାଚୀନ କଥା ଅନୁଯାୟୀ ଥରେ ଜାପାନର କିଛି ଲୋକ ନିଜ ଜୀବନ ଅତିବାହିତ କରିବା ପାଇଁ ଅସମର୍ଥ ଥିଲେ ଏଣୁ ତାଙ୍କୁ ଏହି ଜଙ୍ଗଲରେ ଛଡାଯାଇଥିଲା। କିନ୍ତୁ ସେଠାରେ ଖାଦ୍ୟଭାବରେ କିଛି ଦିନମଧ୍ୟରେ ସେମାନଙ୍କର ଦେହାନ୍ତ ହୋଇଯାଇଥିଲା। ଏଠାରେ ପ୍ରାୟତଃ ଲୋକଙ୍କ ହାଡକଙ୍କଳ ମଧ୍ୟ ମିଳିଥାଏ। ଏଣୁ ଜାପାନ ସରକାର ଏହାକୁ ସୁସାଇଡ ଫରେଷ୍ଟ ନାମରେ ନାମିତ କରିଥିଲେ। ଏଠାରେ ଏତେ ମାତ୍ରାରେ ଆତ୍ମହତ୍ୟା ହୋଇଥାଏ ଯେ ପ୍ରତିବର୍ଷ ସରକାରଙ୍କୁ ଏହାକୁ ସଫା କରିବା ପାଇଁ ଅଭିଯାନ କରିବା ପାଇଁ ପଡିଥାଏ।

spen

ପ୍ୟାରୀସର ଫ୍ରେଞ୍ଚ କେଟକ୍ରୋଜ୍

ପ୍ୟାରୀସରେ ଭୂମିଠାରୁ ୨୦ ମିଟର ଗଭୀରରେ ପ୍ରସ୍ତୁତ କରାଯାଇଥିବା ଏହି ସ୍ଥାନକୁ କବର ମାନଙ୍କର କାରଗାର ବୋଲି କୁହାଯାଇଥାଏ। ଏଠାରେ ୭ଲକ୍ଷ ମୃତ ଶରୀରକୁ ସଜା ଯାଇଛି। ଏହି କାରଖାନରେ ମରିଯାଇଥିବା ମଣିଷଙ୍କର ହାଡ ଏବଂ ଖପୁରୀକୁ ସଜାଇ ପାଖାପାଖି ଦୁଇ କିଲୋମିଟର ଲମ୍ବା କାନ୍ଥ ପ୍ରସ୍ତୁତ କରାଯାଇଛି। ଏହି ସ୍ଥାନକୁ ଲୋକ ଦର୍ଶନୀୟ ସ୍ଥାନ ଭାବେ ବୁଲିବାକୁ ବେଶ ପସନ୍ଦ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.