ରାତି ପାହିଲେ ଇଦ୍‌-ଉଲ୍‌-ଫିତର : ଲଚ୍ଛା ଦୋକାନ,ଡ୍ରେସ ଓ ଜୋତା ଦୋକାନରେ ଜମୁଛି ଲୋକଙ୍କ ଭିଡ଼

ଆଜି ସରୁଛି ରମଜାନ୍‌ ମାସ। ରାତି ପାହିଲେ ଇଦ୍‌-ଉଲ୍‌-ଫିତର। ଇଦ୍‌ ପାଇଁ ଏବେ ଚଳଚଞ୍ଚଳ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳ। ବିଭିନ୍ନ ଲଚ୍ଛା ଦୋକାନ, ଡ୍ରେସ, ଲୁଗା ଓ ଜୋତା ଦୋକାନରେ ଜମୁଛି ଲୋକଙ୍କ ଭିଡ଼।

ଚାଲିଛି ନମାଜ ପାଠ। ବଡ ଲୋକଙ୍କଠୁ ଆରମ୍ଭ କରି ଛୋଟ ପର୍ଯ୍ୟନ୍ତ ସମସ୍ତେ ଏକତ୍ରିତ ହୋଇ କରୁଛନ୍ତି ନମାଜ ପାଠ। ସରି ଆସିଲାଣି ରମଜାନ ମାସ। ରାତି ପାହିଲେ ଭାଇଚାରାର ପର୍ବ ଇଦ୍‌। ଏଥିପାଇଁ ଚଳଚଞ୍ଚଳ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର।

eid

ଏହାସହ କଟକ ସହରରେ ଧୁମଧାମରେ ପାଳନ ହେବ ଭାଇଚାରାର ପର୍ବ ଇଦ୍‌ । ଆସନ୍ତାକାଲି ମୁସଲିମ ଧର୍ମାବଲମ୍ବୀ ଲୋକଙ୍କ ପାଇଁ ସବୁଠୁ ବଡ ପର୍ବ । ଏନେଇ କଟକ ସହରର ବିଭିନ୍ନ ମସଜିଦ ଗୁଡିକରେ ପ୍ରସ୍ତୁତି ପର୍ବ ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି । ମୁସଲିମ ଭାଇ ଭଉଣୀ ମାନେ ନୂଆଲୁଗା ପିନ୍ଧି ନମାଜ ପାଠ କରି ସେମାନଙ୍କ ପର୍ବ ପାଳନ କରିବେ । ବଜାରରେ ଫଳମୂଳ, ବରଫି, ଅତର ବିଭିନ୍ନ କିସମର ଟୋପି କିଣିବାକୁ ଲୋକଙ୍କ ଭିଡ଼ ଜମୁଛି । ଚଳିତ ବର୍ଷ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି ।

eid shopping

ରମଜାନ୍‌ ମାସରେ ମୁସଲମାନ ମାନେ ଏକ ମାସ ଧରି ଉପବାସ ରଖିଥାନ୍ତି। ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଖାଦ୍ୟ ପାନୀୟ ପରିହାର କରି ଧର୍ଯ୍ୟର ସହ ରୋଜା ରଖିଥାନ୍ତି। ସମସ୍ତଙ୍କ ସୁଖ ସମୃଦ୍ଧି ପାଇଁ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି। ଇଦ୍‌ ପାଇଁ ବିଭିନ୍ନ ଲଚ୍ଛା ଦୋକାନ,ଡ୍ରେସ୍‌, ଲୁଗା, ଜୋତା ଦୋକାନରେ ଲୋକଙ୍କ ଭିଡ଼ ଜମୁଛି। ଇଦ୍‌-ଉଲ୍‌-ଫିତରରେ ନୂତନ ବସ୍ତ୍ର ପରିଧାନ କରି ସମୂହ ନମାଜ ପାଠ ପରେ ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ ମୁବାରକ ବାଦ୍‌ ଜଣାଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.