Below header

ମୁସଲିମ୍‌ ସ୍କଲାରଙ୍କ ଅଭିଯୋଗ, ପାକିସ୍ତାନରେ ପ୍ରଶିକ୍ଷିତ ୬୦୦୦ ତବଲିଗ୍‌ ଭାରତରେ କରୋନା ଭାଇରସ୍‌ ସଂକ୍ରମଣ କରୁଛନ୍ତି

ଦିଲ୍ଲୀ ଜମାତର ଲୋକଙ୍କ ପାଇଁ ଭାରତରେ ଏବେ କରୋନା ଭାଇରସ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ସଂକ୍ରମଣ ପଛରେ ଏକ ଷଡ଼ଯନ୍ତ୍ର ରହିଥିବା ଜଣେ ମୁସଲିମ୍‌ ସ୍କଲାର ପ୍ରକାଶ କରିଛନ୍ତି ।

ଇମାମ ମହମ୍ମଦ ତୈାହିଦୀ ନାମକ ଏହି ସ୍କଲାର କହିଛନ୍ତି ଯେ ପାକିସ୍ତାନରୁ ପ୍ରଶିକ୍ଷିତ ହୋଇଥିବା ପ୍ରାୟ ୬୦୦୦ ତବଲିଗ୍‌ ଏବେ ଭାରତରେ କରୋନା ଭାଇରସ ସଂକ୍ରମଣ କରିବାରେ ଲାଗିଛନ୍ତି ।

କରୋନା ଭାଇରସ୍‌ ଭୟାବହତା ସତ୍ତ୍ୱେ ଦିଲ୍ଲୀ ନିଜାମୁଦ୍ଦିନରେ ଦେଶ ବିଦେଶରୁ ଆସିଥିବା ବହୁ ସଂଖ୍ୟକ ମୁସଲ୍‌ମାନ୍‌ ଯୋଗଦେଇଥିଲେ । ଏଥିରେ ବହୁ ସଂଖ୍ୟକ ମୁସଲମାନ କରୋନା ଭାଇରସ୍‌ରେ ସଂକ୍ରମିତ ଥିବା ଜାଣିବାକୁ ମିଳିଥିଲା ।

ତୈାହିଦୀ କହିଛନ୍ତି ଯେ ପାକିସ୍ତାନ ହରକତୁଲ ମୁଜାହିଦ୍ଦୀନ ଆତଙ୍କୀ କ୍ୟାମ୍ପ୍‌ରୁ ପ୍ରାୟ ୬୦୦୦ ଟ୍ରେନିଂ ପାଇ ଆସିଛନ୍ତି । ଏବେ ଏମାନେ ଭାରତରେ କରୋନା ସଂକ୍ରମଣ କରିବେ ।

କାରଣ ଏମାନଙ୍କର ଧାରଣା ଯେ କରୋନାରେ କେବଳ ହିନ୍ଦୁମାନେ ହିଁ ମରନ୍ତି, ମୁସଲମାନ ନୁହଁନ୍ତି । ଏମାନେ ଭାରତୀୟ ଦେଶଭକ୍ତ ମୁସଲମାନଙ୍କୁ ମଧ୍ୟ ଟାର୍ଗେଟ କରୁଥିବା ଜଣାଯାଇଛି । ତୈାହିଦୀ ଏତିକିରେ ଚୁପ୍‌ ହୋଇନାହାଁନ୍ତି, ସେ ତାଙ୍କ ଟ୍ଵିଟରରେ ଆହୁରି କହିଛନ୍ତି ଯେ ତବଲିଗ୍‌ ଗୋଧରା ରେଳ ପୋଡ଼ିବାଠୁ ଆରମ୍ଭକରି ଆମେରିକା ୯/୧୧ ଆକ୍ରମଣରେ ମଧ୍ୟ ଜଡ଼ିତ ଥିଲେ ।

ଏମାନଙ୍କ ଦ୍ୱାରା ବିଭିନ୍ନ ରାଜ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ହୋଇଛି । ଏହି ତବଲିଗ୍‌ ପୁରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣ କରିବାକୁ ଚାହୁଁଛନ୍ତି । ତେଣୁ ଏମାନଙ୍କୁ ତୁରନ୍ତ ଧରି ଜେଲ୍‌ରେ ରଖିବାକୁ ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.