ଲୁକସରେ ବଲିଉଡର ବଡ ବଡ ଅଭିନେତାଙ୍କୁ ବି ମାତ ଦିଅନ୍ତି ଅମିତାଭଙ୍କ ନାତି ଅଗସ୍ତ୍ୟ, ଥରେ ପକାନ୍ତୁ ତାଙ୍କ ଉପରେ ନଜର

ଅମିତାଭ ଓ ଜୟା ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ନିଜ ପିତାମାତାଙ୍କ ପଦାଙ୍କ ଅନୁସରଣ କରି ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିବା ବେଳେ ଝିଅ ଶ୍ଵେତା କିନ୍ତୁ ଏଥିରୁ ନିଜକୁ ଦୁରେଇ ରଖିଥିଲେ । କିନ୍ତୁ ଶ୍ଵେତାଙ୍କ ଝିଅ ନବ୍ୟ ନବେଲି ନନ୍ଦା ସୋସିଆଲ ମିଡ଼ିଆରେ ଖୁବ ଲୋକପ୍ରିୟତା ହାସଲ କରିସାରିଲେଣି । କିନ୍ତୁ ଶ୍ୱେତାଙ୍କ ପୁଅ ଅଗସ୍ତ୍ୟ ନନ୍ଦା ସେତେଟା ଲୋକଲୋଚନକୁ ଆସିନାହାନ୍ତି । ତେବେ ଆସନ୍ତୁ ଅଗସ୍ତ୍ୟଙ୍କ ବାବଦରେ କିଛି ଅଜଣା କଥା ଆଜି ଜାଣିବା । ଇନ୍ଷ୍ଟଗ୍ରାମରେ ଏତେଟା ସକ୍ରିୟ ରୁହନ୍ତି ନାହିଁ ଅଗସ୍ତ୍ୟ । କିନ୍ତୁ କଦବା କେମିତି ବି ପୋଷ୍ଟ କଲେ ବି ଅନେକ ଲୋକପ୍ରିୟତା ହାସଲ କରନ୍ତି । ଅଗସ୍ଥ୍ୟଙ୍କ ଜନ୍ମ ୨୦୦୦ ମସିହା ଶ୍ୱେତା ବଚ୍ଚନ ଓ ନିଖିଳ ନନ୍ଦାଙ୍କ ଘରେ ହୋଇଥିଲା ।

agasthya

ବଚ୍ଚନ ପରିବାର ବ୍ୟତୀତ ଅଗସ୍ତ୍ୟଙ୍କ ସମ୍ପର୍କ କପୁର ପରିବାର ସହିତ ବି ରହିଛି । ପ୍ରକୃତରେ ଅଗସ୍ତ୍ୟଙ୍କ ପିତା ନିଖିଳ ହେଉଛନ୍ତି ରାଜ କପୁରଙ୍କ ନାତି । ଏହି ଦୃଷ୍ଟିରୁ କପୁର ପରିବାରରେ ଆୟୋଜିତ ହେଉଥିବା ସମସ୍ତ ଫକ୍ସନ ଆଦିରେ ଯୋଗ ଦିଅନ୍ତି ପୁରା ବଚ୍ଚନ ପରିବାର । ଅଗସ୍ଥ୍ୟଙ୍କ ଜଣେ ଭଲ ସାଙ୍ଗ ହେଉଛନ୍ତି ଶାହରୁଖ ଖାଁଙ୍କ ଝିଅ ସୁହାନା ଖାଁ । ଦୁହିଁଙ୍କୁ ଅନେକ ଥର ଏକାଠି ଦେଖାଯାଇଥିବା ବେଳେ ଇନ୍ଷ୍ଟଗ୍ରାମରେ ବି ଦୁହେଁ ଏକାଠି ଫଟୋ ପୋଷ୍ଟ କରନ୍ତି । ବିଦେଶରେ ନିଜ ପାଠପଢା ଜାରି ରଖିଥିବା ବେଳେ ଲଣ୍ଡନ ସ୍ଥିତ ସେବେନ ଅକ୍ସ ସ୍କୁଲରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।

ଆଗକୁ ବଲିଉଡରେ ନିର୍ଦେଶକ ତଥା ଫିଲ୍ମ ମେକିଙ୍ଗ କ୍ଷେତ୍ରରେ ପାଦ ରଖିବାକୁ ଲକ୍ଷ ରଖିଛନ୍ତି ଅଗସ୍ଥ୍ୟ । କହିରଖିବା ଉଚିତ ହେବକି କିଛି ବର୍ଷ ପୂର୍ବେ ଦୁଇ ଜଣ ସାଙ୍ଗଙ୍କ ସହିତ ଏକ ସଟ ଫିଲ୍ମ ନିର୍ମାଣ କରିଥିଲେ । ଏହା ସହ ଏଥିରେ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ବି ଦେଇଥିଲେ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.