ଉତ୍ତର ପ୍ରଦେଶର କୌଶାମ୍ବୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଲି ବୋଝେଇ ଟ୍ରକ ତଳେ ଚାପି ହୋଇ ଚାଲିଗଲା ୮ ଜୀବନ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର କୌଶାମ୍ବୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯେଉଁଥିରେ ୮ ଜଣଙ୍କର ପ୍ରାଣ ଚାଲିଯାଇଛି। ରାସ୍ତା କଡରେ ଠିଆ ହୋଇଥିବା ଏକ କାର୍ ଉପରେ ଗୋଟାଏ ବାଲିଭର୍ତ୍ତି ଟ୍ରକ୍ ଓଲଟି ପଡ଼ିବାରୁ ଏଭଳି ଅଘଟଣ ଘଟିଛି। ଏକ ବାହାଘର ଉତ୍ସବରେ ଯୋଗ ଦେଇ ସେମାନେ ଫେରୁଥିଲେ।

ବୁଧବାର ପାହାନ୍ତା ପ୍ରାୟ ୩:୩୦ରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍ ଯେଉଁ ସ୍କର୍ପିଓ କାର୍ ଉପରେ ଓଲଟି ପଡ଼ିଲା ସେଥିରେ ୮ଜଣ ଲୋକ ଥିଲେ। ଡ୍ରାଇଭର୍ ଓ ସେ କାର୍ରେ ଥିବା ୭ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଟାୟାର୍ ଫାଟି ଯିବାରୁ ବାଲିଭର୍ତ୍ତି ଟ୍ରକ୍ଟି ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

accident

ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା ଓ ସମସ୍ତେ ଗୋଟିଏ ପରିବାରର। ଏକ ବାହାଘର ଅନୁଷ୍ଠାନରେ ଯୋଗ ଦେଇ ସେମାନେ ଫେରୁଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକରେ ବାଲି ଭର୍ତ୍ତି ଥିଲା, ତେଣୁ ଟ୍ରକଟି କାର ଉପରେ ଓଲଟିବା ଫଳରେ ବାଲିରେ ସବୁ ପୋତି ହୋଇଯାଇଥିଲେ। ଫଳରେ କାରରୁ ବାହାରି ପାରିନଥିଲେ।

ଘଟଣାସ୍ଥଳରେ ସମସ୍ତଙ୍କ ଜୀବନ ଚାଲିଯାଇଥିଲା। ଏହି ଦୁର୍ଘଟଣା ବିଷୟରେ ଖବର ପାଇ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକବ୍ୟକ୍ତ କରିଛନ୍ତି। ମୃତବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଏବଂ ଆହତମାନଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.