ପାଣ୍ଡ୍ଯା ଏବଂ ଜାଡେଜାଙ୍କ ଧମାକେଦାର ବ୍ଯାଟିଂ, ଅଷ୍ଟ୍ରେଲିଆକୁ ୩୦୩ ରନର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ

ଭାରତ-ଅଷ୍ଟ୍ରେଲିଆ ଦିନିକିଆର ସିରିଜର ଅନ୍ତିମ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ। ୫୦ ଓଭରରେ ୫ ଉଇକେଟ ହରାଇ କଙ୍ଗାରୁ ଟିମ୍ କୁ ୩୦୩ ରନର ଟାର୍ଗେଟ ଦେଇଛି। ବିରାଟ, ହାର୍ଦ୍ଦିକ ଓ ଜାଡେଜାଙ୍କ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରରେ ୫ ଓ୍କିକେଟ ହରାଇ ୩୦୨ରନ୍ କରିଛି।

ଭାରତ ପକ୍ଷରୁ ଶିଖର ଧାଓ୍ବନ ଓ ଶୁଭମନ୍ ଗିଲ୍ ଓପନିଂ କରିବାକୁ ଆସିଥିଲେ। ହେଲେ ଦଳ ପାଇଁ ଭଲ ଆରମ୍ଭ କରି ପାରିନଥିଲେ। ଶିଖର ଧାଓ୍ବନ ବ୍ୟକ୍ତିଗତ ୧୬ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ପରେ ଅଧିନାୟକ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସି ଶୁଭମନ୍ ଗିଲଙ୍କ ସହ ମିଶି ଟିମ୍ ସ୍କୋରକୁ ବଢ଼ାଇଥିଲେ। ୧୬ ନମ୍ବର ଓଭରରେ ଗିଲ୍ ୩୩ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ପରେ ଶ୍ରେୟସ୍ ଆୟର ଓ କେଏଲ ରାହୁଲ ବ୍ୟାଟିଂ କରିବାକୁ ଆସି ବିରାଟଙ୍କ ସାଥ ଦେଇ ପାରି ନଥିଲେ। ଶ୍ରେୟସ୍ ୧୯ ଓ କେଏଲ ରାହୁଲ ୫ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ପରେ ବିରାଟ ବ୍ୟକ୍ତିଗତ ୬୩ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲ। ହାର୍ଦ୍ଦିକ ପାଣ୍ଡିଆ ଓ ରବିନ୍ଦ୍ର ଜାଡେଜା ଡେଥ୍ ଓଭରରେ ଧୁଆଁଦାର ବ୍ୟାଟିଂ କରି ଦଳିୟ ସ୍କୋରକୁ ୩୦୨ରେ ପହଁଞ୍ଚାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.