Below header

ମୟୁରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ବୟାନକୁ ନେଇ ବିରୋଧ, ବିଜେଡି ଦଳ ତରଫରୁ କୁଶ ପୁତ୍ତଳିକା ଦାହ

କରଞ୍ଜିଆ(କେନ୍ୟୁଜ୍):  ମୟୁରଭଞ୍ଜ ଜିଲ୍ଲା, କରଞ୍ଜିଆ ଠାରେ ଆଜି ମୟୁରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ବିଜେଡି ଦଳ ତରଫରୁ କୁଶ ପୁତ୍ତଳିକା ଦାହ କରାଯାଇଛି।  ଗତକାଲି ବାରିପଦା ପ୍ରୟାସ ହଲରେ ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟିର  ବୈଠକ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସୁଜାତା ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଆଲୋଚନା କରିବା ବେଳେ ବିଜୁ ଜନତା ଦଳର ପ୍ରତିନିଧିମାନେ ଏହାକୁ ବିରୋଧ କରିଥିଲେ। ଏହା  ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ଅସମ୍ମାନର ଅଭିଯୋଗ ଆଣି କିଛି ବିଜେଡି କର୍ମୀ ହୋହାଲ୍ଲା  କରିଥିଲେ।

bjd 1

ଆଜି  ବିଜୁ ଯୁବଜନତା ଦଳର ଜିଲ୍ଲା ସାଧରଣ ସମ୍ପାଦକ ଚିକୁ ଭୁଜବଳ ଏବଂ ଜିଲ୍ଲା  ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ଅନିଶ ମାନାଙ୍କ ନେତୃତ୍ୱରେ ଶେଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା। ପରେ ଜିଲ୍ଲା ପରିଷଦ ଅଧକ୍ଷା ସୁଜାତା ମୂର୍ମୁଙ୍କ କୁଶପୁତ୍ତଳିକା କରଞ୍ଜିଆ କଚେରୀ ଛକ ନିକଟରେ  ଦାହ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.