Below header

ମକର ସଂକ୍ରାନ୍ତି ଦିନ ସକାଳୁ ଉଠି କରନ୍ତୁ ଏହି କାମ, ଜୀବନର ସବୁ ସମସ୍ୟା ହେବ ଦୂର

ନୂଆବର୍ଷର ଆରମ୍ଭ ସହିତ ପାର୍ବଣ ଋତୁର ମଧ୍ୟ ଆରମ୍ଭ ହୋଇଛି। ମକର ସଂକ୍ରାନ୍ତି ପର୍ବ ପ୍ରତି ବର୍ଷ ଭଳି ୧୪ ଜାନୁଆରୀରେ ହିଁ ପାଳନ କରାଯାଉଛି। ଏହି ପର୍ବ ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଏହି ପର୍ବ ନୂଆ ଫଳ ଏବଂ ନୂଆ ଋତୁ ଆସିବା ଖୁସିରେ ପାଳନ କରାଯାଏ। ଏହି ଦିନ ହିନ୍ଦୁ ଧର୍ମରେ ଦାନ ପୁଣ୍ୟର ଦିନ ହୋଇଥାଏ। ଏହି ଦିନରେ ଦାନ କରିଥିବା ପୁଣ୍ୟର ଫଳ ସାରା ପରିବାର ଉପରେ ପଡେ। କିନ୍ତୁ ଏମିତି କିଛି ଜିନିଷ ବି ଅଛି ଯାହାକୁ ଦାନ କରିବା ବିଲକୁଲ୍‌ ବି ଉଚିତ ନୁହେଁ। ନଚେତ ପୁଣ୍ୟ ବଦଳରେ ଓଳଟା ଫଳ ପାଇବେ। ତାହେଲେ ଆସନ୍ତୁ ଜାଣିବା ଏହି ଦିନରେ କେଉଁ ଜିନିଷର ଦାନ କରିବା ଅନୁଚିତ ଏବଂ ଆଜିର ଦିନରେ ଏହାର କଣ ରହିଛି ମହତ୍ତ୍ୱ।

ମକର ସଂକ୍ରାନ୍ତିର କାହାଣୀ

ହିନ୍ଦୁ ଧର୍ମରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପର୍ବ ଭାବରେ ଜଣାଯାଉଥିବା ଏହି ପର୍ବର କାହାଣୀ ବହୁତ ଅଲଗା। ମାନ୍ୟତା ଅନୁଯାୟୀ ଭଗବାନ ବିଷ୍ଣୁ ପୃଥିବୀ ଲୋକରେ ଅସୁରକୁ ମାରି ତାଙ୍କ ମୁଣ୍ଡ କାଟି ମନ୍ଦରା ପର୍ବତ ଉପରେ ପୋତି ଦେଇଥିଲେ। ଭଗବାନ ବିଷ୍ଣୁଙ୍କ ଏହି ଯୁଦ୍ଧରେ ବିଜୟ ହେବା ଖୁସିରେ ହିଁ ଏହି ଦିନକୁ ମକର ସଂକ୍ରାନ୍ତି ରୂପରେ ପାଳନ କରାଯାଏ।

ସକାଳ ୮ଟାରୁ ଆରମ୍ଭ ହେବ ସାହି ସ୍ନାନ

ଏହି ଦିନ କୁମ୍ବର ପ୍ରଥମ ପାବନ ସ୍ନାନ ଆରମ୍ଭ ହୋଇଥାଏ। କୁହାଯାଏ ଯେ ଏହି ଦିନ ଗଙ୍ଗାରେ ସ୍ନାନ କରିବା ଦ୍ୱାରା ସବୁ ପ୍ରକାରର ଦୁଃଖକୁ ଭଗବାନ ନିଜ ଉପରକୁ ନେଇଯାନ୍ତି। କେବଳ ଏତିକି ନୁହେଁ ଏହି ଦିନ ସ୍ନାନ କରିବା ଦ୍ୱାରା ପିତୃଦୋଷର ପ୍ରଭାବ ବି କମ୍‌ ହୋଇଥାଏ। ଯଦି ମକର ସଂକ୍ରାନ୍ତି ଦିନ ସ୍ନାନ କରିବାର ଶୁଭ ମୁହୂର୍ତ୍ତ ବିଷୟରେ କହିବା ତାହେଲେ ସକାଳ ୮ଟା ବାଜି ୨୦ ମିନିଟରେ ଧନୁ ରାଶିରୁ ମକର ରାଶିରେ ସୂର୍ଯ୍ୟ ଦେବ ପ୍ରବେଶ କରିବେ। ସେହି ସମୟ ଠାରୁ ସନ୍ଧ୍ୟାର ସୂର୍ଯ୍ୟାସ୍ଥ ପର୍ଯ୍ୟନ୍ତ ଶୁଭ ସମୟ ରହିବ।

ଦାନରେ ଦିଅନ୍ତୁ ଏହି ଜିନିଷ

ମକର ସଂକ୍ରାନ୍ତି ଦିନ ଦାନର ବହୁତ ମହତ୍ତ୍ୱ ରହିଛି। ଏହି ଦିନ ଜିନିଷ ଦାନ କଲେ ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ। ଏଥିପାଇଁ ଆପଣ ଲୁଣ, ଘିଅ ଏବଂ ଶସ୍ୟ ଦାନ କରିପାରିବେ। ଏହାସହିତ ନୂଆ ବସ୍ତ୍ର ଦାନ କରିବା ମଧ୍ୟ ବହୁତ ଭଲହେବ। ଏହାକୁ ବହୁତ ଭଲ ବୋଲି ଧରାଯାଏ।

ଦାନରେ ଦିଅନ୍ତୁନାହିଁ ଏହି ଜିନିଷ

ମକର ସଂକ୍ରାନ୍ତି ଦିନ ଦାନ ଦେବା ସମୟରେ ଆପଣଙ୍କୁ ବିଶେଷ ଧ୍ୟାନ ରଖିବା ଉଚିତ। ଦେଖେଇ ହେବା ପାଇଁ କିମ୍ବା ଯଶ ପାଇଁ ଦାନ ଦେବା ଅନୁଚିତ। ଏହି ଦିନ ପୁରୁଣା ଏବଂ ଅନାବଶ୍ୟକ ଜିନିଷକୁ ଦାନ ଆକାରରେ ଦିଅନ୍ତୁନାହିଁ। ଯଦି ଆପଣ ଏମିତି କରୁଛନ୍ତି ତାହେଲେ ଆପଣଙ୍କ ଘରକୁ ଶାନ୍ତି ଏବଂ ଲକ୍ଷ୍ମୀ ଉଭୟେ ହିଁ କ୍ରୋଧିତ ହୋଇଯିବେ।

ଏପରି କରନ୍ତୁ ସୂର୍ଯ୍ୟଙ୍କ ଉପାସନା

ମକର ସଂକ୍ରାନ୍ତି ଦିନ ସ୍ନାନ କରିବା ପରେ ସୂର୍ଯ୍ୟଦେବଙ୍କୁ ଜଳ ଦେଇ ନିଜର ସମସ୍ତ ସମସ୍ୟାକୁ ଦୂର କରିପାରିବେ। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ପୂର୍ବରୁ ସର୍ବପ୍ରଥମେ ସୂର୍ଯ୍ୟଙ୍କ ଆଡକୁ ମୁହଁ କରି ବସିଯାଆନ୍ତୁ। ଏହାପରେ ଗଙ୍ଗାଜଳ ଲୋଟାରେ ଅଳ୍ପ ରାଶି ଏବଂ ଚାଉଳ ପକାଇ ଦିଅନ୍ତୁ। ସେଥିରେ କିଛି ଚିନି, ରୋଲି ପକାନ୍ତୁ ଏବଂ ଲୋଟାରେ ଲାଲ ଫୁଲ ପକାଇ ଦିଅନ୍ତୁ। ଏହାପରେ ସେଥିରେ ଅଳ୍ପ ଘିଅ ଏବଂ ଏକ ଚାମଚ କ୍ଷୀର ପକାଇ ଦିଅନ୍ତୁ। ଏହାପରେ ଭଗବାନ ସୂର୍ଯ୍ୟଙ୍କ ଅର୍ପଣ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.