Below header

ଯାଜପୁର: ନାଗରିକତ୍ୱ ସଂଶୋଧନ ଆଇନ ସଂପର୍କରେ ବିଜେପି ପକ୍ଷରୁ ଜନ ସଚେତନ କାର୍ଯ୍ୟକ୍ରମ, ଯୋଗଦେଲେ ଶତାଧିକ କର୍ମୀ

ଯାଜପୁର ଟାଉନ(କେନ୍ୟୁଜ୍): ନାଗରିକତ୍ୱ ସଂଶୋଧନ ଆଇନ ସଂପର୍କରେ ଯାଜପୁର ନିର୍ବାଚନମଣ୍ଡଳୀରେ ଲୋକଙ୍କୁ ସଚେତନ କରୁଛି ବିଜେପି । ବିଜେପି ଜିଲା ସଭାପତି ଗୌତମ ରାୟଙ୍କ ନେତୃତ୍ୱରେ ଦଳର ଶତାଧିକ କାର୍ଯ୍ୟକର୍ତା ମଲ୍ଲିକାପୁର ପଂଚାୟତର ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଆଇଏଏସ ସୁଦର୍ଶନ ନାୟକ ସାମିଲ ହୋଇ କିଭଳି ଏହି ଆଇନ ଦ୍ୱାରା ଭାରତୀୟ ଲାଭ ପାଇବେ ସେ ସଂପର୍କରେ ଲୋକଙ୍କୁ ସଚେତନ କରିଥିଲେ ।

caa jajpurଭାରତ ର ପଡେଶୀ ରାଷ୍ଟ୍ରରେ ରହି ନିର୍ଯ୍ୟାତନାର ଶିକାର ହେଉଥିବା ଅଧିବାସୀଙ୍କୁ ଆମ ଦେଶରେ ରହିବାର ସୁଯୋଗ ଦେବା ସହିତ ସେମାନଙ୍କୁ ଆମ ଦେଶର ନାଗରିକତ୍ୱ ପ୍ରଦାନ କରିବା ଉଦ୍ଧେଶ୍ୟରେ ଏଭଳି ଆଇନକୁ କାର୍ଯ୍ୟକାରି କରାଯାଇଛି ବୋଲି ଲୋକଙ୍କୁ ଅବଗତ କରାଯାଇଥିଲା । କିନ୍ତୁ ବିରୋଧୀ ଦଳ ରାଜନୈତିକ ଫାଇଦା ହାସଲ କରିବା ପାଇଁ ଲୋକଙ୍କୁ ବିଭ୍ରାନ୍ତ କରି ଦେଶରେ ଅଶାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରିଛି ବିଜେପି । ଏହି ସଚେତନତା କାର୍ଯ୍ୟକ୍ରମରେ ଅମିୟ ମଲିକ, ସୁଦିପ୍ତ ପଣ୍ଡା, ରମେଶ ସାମଲଙ୍କ ସମେତ ବହୁ ବ୍ଲକ ଓ ପଂଚାୟତସ୍ତରୀୟ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.