Below header

କେନ୍ଦୁଝରରେ ଅନ୍ଧବିଶ୍ୱାସର କରୁଣ ପରିଣତି, ଗୁଣି ସନ୍ଦେହରେ ଖୁଡ଼ୀ ଓ ପୁତୁରାକୁ ପିଟିପିଟି ହତ୍ୟା

କେନ୍ଦୁଝର(କେନ୍ୟୁଜ୍): ଗୁଣି ସନ୍ଦେହରେ ଡବଲ ମର୍ଡର । ଖୁଡ଼ୀ ଓ ପୁତୁରାକୁ ପିଟିପିଟି ହତ୍ୟା। କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ନେକଡ଼ାପାଲି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ସୁବାସ ମୁଣ୍ଡା ଓ ଚୈତନ୍ୟ ମୁଣ୍ଡା। ଗାଁର ମୁଣ୍ଡା ସାହିର ସୁବାସ ମୁଣ୍ଡା ନାମକ ଜଣେ ୭୫ ବର୍ଷ ବୟସ୍କା ବୃଦ୍ଧା ଓ ତାଙ୍କ ପୁତୁରା ଚୈତନ୍ୟ ମୁଣ୍ଡାଙ୍କୁ ଗାଁର କିଛି ଲୋକ ଏକତ୍ରିତ ହୋଇ ଗୁଣି ସନ୍ଦେହରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଘଟଣାରେ ପୋଲିସ ରାମ ମୁଣ୍ଡାଙ୍କ ସମେତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.