ଭାରତରେ ଖୁବ୍‌ ଶୀଘ୍ର ଲଞ୍ଚ ହୋଇପାରେ ୟେଜଦୀ ବାଇକ୍‌, ଟ୍ଵିଟର ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟ ହେଲା ଆକ୍ଟିଭ

ଭାରତୀୟ ବଜାରରେ ମହିନ୍ଦ୍ରା ଜାଓ୍ଵାର ସଫଳତା ପରେ କମ୍ପାନୀ ଏବେ ୟେଜଦୀ ବ୍ରାଣ୍ଡ୍‌ ପୁଣି ଥରେ ପ୍ରବେଶ କରିବାକୁ ଯୋଜନା ରଖିଛି। ଏହାସହିତ ୟେଜଦୀ ବ୍ରାଣ୍ଡର ୱେବସାଇଟକୁ ଆକ୍ଟିଭ କରି ଦିଆଯାଇଛି। ଏଠାରେ ବାଇକର ସମସ୍ତ ମଡେଲ ଏବଂ ବିବରଣୀ ରହି। କିନ୍ତୁ ମୋଟର ସାଇକେଲ ଭାରତୀୟ ବଜାରରେ କେବେ ଉପଲବ୍ଧ ହେବ ତାହା ଜଣାପଡି ନାହିଁ। ଖବର ମୁତାବକ, ୨୦୨୦ ଅଟୋ ଏକ୍ସପୋରେ କମ୍ପାନୀ ଏହାକୁ ଲଞ୍ଚ କରିବ । ଏହି ବାଇକର ପ୍ରଶଂସକଙ୍କ ସଂଖ୍ୟା ସମଗ୍ର ଦେଶରେ ସବୁଠାରୁ ଅଧିକ। କ୍ଲାସିକ ଲିଜେଣ୍ଡସ ଯଦି ଏହାକୁ ଲଞ୍ଚ କରେ, ତେବେ ଏହି ବ୍ରାଣ୍ଡ୍‌କୁ ସଫଳତା ମିଳିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

yezdi 1

ଭାରତୀୟ ବଜାରରେ ୟେଜଦୀ ବ୍ରାଣ୍ଡ ୭୦, ୮୦ ଏବଂ ୯୦ ଦଶକ ସମୟରେ ବହୁତ ଲୋକପ୍ରିୟ ମୋଟର ସାଇକେଲ । ମହାରାଷ୍ଟ୍ରରେ ଏହି ବାଇକ୍‌ର ମୂଲ୍ୟ ୫୫,୦୦୦ ଟଙ୍କା ରହିଥିଲା। ୟେଜଦୀର ଅନେକ ମଡେଲ ଉପଲବ୍ଧ ରହିଛି। କ୍ଲାସିକ, ରୋଡାକିଙ୍ଗ, ଆଏଲ କିଙ୍ଗ, ଡିଲକ୍ସ, ମୋନାର୍କ ୩୫୦ ଏବଂ ୧୭୫ ଉପଲବ୍ଧ। ୟେଜଦୀ ମୋଟରସାଇକେଲ ରେଟ୍ରୋ ଷ୍ଟାଇଲ ଏବଂ ଡିଜାଇନ କରାଯାଇଛି। ଏହାସହିତ ନୂଆ ସୁରକ୍ଷା ଆବଶ୍ୟକତା ସହିତ ବିଏସ-୬ ମାନଦଣ୍ଡ ପ୍ରଦାନ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ଏହାସହ ପଢ଼ନ୍ତୁ ; ଆସୁଛି Bajaj-KTMର ହାଇ ପରଫରମାନ୍ସ ଇଲେକ୍ଟ୍ରୋନିକ୍ ବାଇକ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.