Below header

ଆଜି ଲଞ୍ଚ ହେବ Samsung Note 10 ସିରିଜର ଦୁଇଟି ସ୍ମାର୍ଟଫୋନ, ଏମିତି ପାଆନ୍ତୁ ୨୫ହଜାର ଟଙ୍କା ପାଇବାର ମଉକା

ସାମସଙ୍ଗ Note 10 ସିରିଜର ଦୁଇଟି ସ୍ମାର୍ଟଫୋନ ଆଜି ୨୦ ଅଗଷ୍ଟରେ ଲଞ୍ଚ ହେବା ପ୍ରସ୍ତୁତିରେ। Galaxy Note 10 ଏବଂ Galaxy Note+ ଉପରେ ଆଜି ପରଦା ଉଠାଯିବ। ଲଞ୍ଚ ପୂର୍ବରୁ ସାମସଙ୍ଗ ନୋଟ ୧୦+ର ୫୧୨ ଜିବି ଷ୍ଟୋରେଜ ବେରିୟଣ୍ଟର ଦାମକୁ ଅଫିସିଆଲ ଜାରି କରିଦିଆଯାଇଛି। ଫୋନର ଏହି ବେରିୟଣ୍ଟର ଦାମ ୮୯,୯୯୯ ଟଙ୍କା ହେବ।

ଏହାସହିତ କମ୍ପାନୀ ଗାଲାକ୍ସୀ ନୋଟ ୧୦ ସିରିଜକୁ ଲଞ୍ଚିଂ ଅଫରରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି। ଏହା ଜରିଆରେ ଏବେ ଏହି ଦୁଇ ସ୍ମାର୍ଟଫୋନର ପ୍ରି-ବୁକିଂ କରିବାରେ ୯,୯୯୯ ଟଙ୍କା ବିଶିଷ୍ଟ ଗାଲାକ୍ସୀ ଇୟରବଡକୁ କେବଳ ୪,୯୯୯ ଟଙ୍କାରେ କିଣାଯାଇହେବ।

galaxy note 10ସାମସଙ୍ଗ ଗାଲାକ୍ସୀ ନୋଟ ୧୦ ଆଣ୍ଡ୍ରଏଡ୍‌ ୯.୦ ପାଇ ଉପରେ ବେସଡ୍‌ ଥିବା କମ୍ପାନୀ ଓ୍ଵନ UI ଉପରେ କାମ କରିବ। ଏହି ୮ଜିବି ରାମ ଏବଂ ୨୫୬ ଜିବି ଷ୍ଟୋରେଜ ସହିତ ଆସିବ। ଫୋନରେ ୬.୩ ଇଞ୍ଚର ଫୁଲ ଏଚଡି+(୧୦୮୦x୨୨୮୦ ପିକ୍ସେଲ) ଇନଫିନିଟୀ-ଓ-ଡିସପ୍ଲେ AMOLED ପ୍ୟାନେଲ ରହିଛି ଯାହା HDR10 + ଏବଂ ଡାଇନାମିକ ଟୋନ ମ୍ୟାପିଂ ସପୋର୍ଟ କରିଥାଏ।

ଏହାସହ ପଢନ୍ତୁ : ଦୁନିଆରେ ପ୍ରଥମ ଏହି ସ୍ମାର୍ଟଫୋନ୍‌, କୌଣସି ଫୋନ କ୍ୟାମେରାରେ ନାହିଁ ଏମିତି ଖାସ୍‌ ଫିଚର

ସେହିଭଳି ଗାଲାକ୍ସୀ ନୋଟ ୧୦+ରେ ୬.୮ଇଞ୍ଚ କ୍ୱାଡ ଏଚଡି+ (୧୪୪୦x୩୦୪୦ପିକ୍ସେଲ) ଇନଫିନିଟୀ-ଓ-ଡିସପ୍ଲେ ରହିଛି। ଏହା ୧୨ ଜିବି ରାମ ଏବଂ ଦୁଇ ଷ୍ଟୋରେଜ ବେରିୟଣ୍ଟ ୨୫୬ ଜିବି ଏବଂ ୫୧୨ ଜିବି ସହିତ ଆସିବ।

ପାଆନ୍ତୁ ୨୫୦୦୦ ଟଙ୍କାର ଫାଇଦା

jio offerଗାଲାକ୍ସୀ ନୋଟ ୧୦ ଏବଂ ଗାଲାକ୍ସୀ ନୋଟ ୧୦+ର ବିକ୍ରି ଭାରତରେ ୨୩ ଅଗଷ୍ଟରେ ଆରମ୍ଭ ହେବ। ଫୋନର ପ୍ରି-ବୁକିଂ ଅଗଷ୍ଟ ୮ରୁ ଆରମ୍ଭ ହୋଇସାରିଛି ଏବଂ ଏହା ୨୨ ଅଗଷ୍ଟ ମଧ୍ୟ ଚାଲିବ। ଗ୍ରାହକ Amazon, Flipkart, Paytm Mall,ସାମସଙ୍ଗ ଅନଲାଇନ ଷ୍ଟୋର ଏବଂ ଟାଟା କ୍ଲିକ ରିଟେଲଆଉଟଲେଟ ଦ୍ୱାରା ଫୋନକୁ ପ୍ରି-ବୁକିଂ କରିପାରିବେ। ଏହାଉପରେ ଅଫର୍ସ ମଧ୍ୟ ଦିଆଯାଉଛି। ଆସନ୍ତୁ ଜାଣିବା କଣ ରହିଛି ଅଫର୍ସ।

ନିଶ୍ଚିତ ପଢନ୍ତୁ : ସବୁଠାରୁ ଅଧିକ ବିକ୍ରି ହେଉଥିବା ନୂଆ ଭେରିୟଣ୍ଟ Suzuki Access 125 ହେଲା ଲଞ୍ଚ, ଜାଣନ୍ତୁ କେତେ ରହିଛି ଦାମ୍

ଜିଓର Galaxy Club ଅଫର ଦ୍ୱାରା ଯଦି ଆପଣ jio.comରୁ ପ୍ରି-ବୁକିଂ କରୁଛନ୍ତି ତେବେ ୨୫ ହଜାର ଟଙ୍କାର ବେନିଫିଟ୍‌ ମିଳିବ। ଏଥିରେ ୪,୯୯୯ ଟଙ୍କାର ରିଚାର୍ଜରେ ୨୦,୦୦୦ ଟଙ୍କାର ବେନିଫିଟ୍‌ ଦିଆଯାଉଛି। ଏହାବ୍ୟତୀତ ସବୁ ବର୍ଷ ୭୦୦ଜିବି ଡାଟା ମଧ୍ୟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.