ବିମାନରେ ପ୍ରେମୀ ଯୁଗଳ କଲେ ଅଦ୍ଭୁତ କାରନାମା, ବାଧ୍ୟ ହୋଇ କରିବାକୁ ପଡିଲା ଏମରଜେନ୍ସୀ ଲ୍ୟାଣ୍ଡିଂ

ନୂଆଦିଲ୍ଲୀ: ଯେକୌଣସି କାମ ହେଉ, ତାହାକୁ ସଠିକ ଭାବେ ନିର୍ବାହ କରିବା କିଛି ସହଜ କଥା ନୁହେଁ। ପ୍ରତି ବ୍ୟକ୍ତି ନିଜ କର୍ମକ୍ଷେତ୍ରରେ ନିଜର କାର୍ଯ୍ୟଦକ୍ଷତାକୁ ପ୍ରତିପାଦନ କରିବା ପାଇଁ ସତ ଚେଷ୍ଟା ମଧ୍ୟ କରିଥାଏ। ବେଳେ ବେଳେ ନିଜର ସମସ୍ତ ସମୟ ଦେଇ କାମ କଲେ ମଧ୍ୟ ତାର ପାରିଦର୍ଶିତା ପ୍ରମାଣିତ ମଧ୍ୟ କରିପାରେ ନାହିଁ। ଆମେ ତ ପ୍ରାୟ ସବୁ କାର୍ଯ୍ୟ କ୍ଷେତ୍ରରେ ଲୋକମାନେ ଭୋଗୁଥିବା ଅବସ୍ଥା ବିଷୟରେ ପ୍ରାତଃ ଅବଗତ। କିନ୍ତୁ ଆମେ ଏଠାରେ ଯାହା କଥା କହିବାକୁ ଯାଉଛୁ, ତାହା ସାମାନ୍ୟ ଲାଗୁଥିଲେ ମଧ୍ୟ ପ୍ରକୃତରେ ଅତି ଦାୟିତ୍ୱପୂର୍ଣ୍ଣ ଏବଂ ଗୁରୁତ୍ୱପୂର୍ଣ୍ଣ।

ଆପଣମାନେ କେବେ ବିମାନରେ ଯାତ୍ରା କରିଛନ୍ତି କି? ଯଦି ଯାତ୍ରା କରିଥିବେ ତେବେ ଏହା ମଧ୍ୟରେ ଥିବା ବିମାନ ପରିଚାରିକାଙ୍କ କାମ ବିଷୟରେ ନିଶ୍ଚିତ ଭାବେ ଅବଗତ ଥିବେ। ସେମାନେ କେଉଁଭଳି ଯାତ୍ରୀଙ୍କୁ ବିମାନର ସମସ୍ତ ସୂଚନା କେତେ ସୁନ୍ଦର ଭାବେ ବୁଝାଇଦିଅନ୍ତି। ସେମାନଙ୍କ କାର୍ଯ୍ୟ କରିବାର ଧାରା ଜମାରୁ ବି ସହଜ ନୁହେଁ। ଗୋଟେ ମାତ୍ର ସୂଚନାରେ ବିମାନର ସମସ୍ତ ଯାତ୍ରୀମାନଙ୍କ କଥା ଶୁଣିବା, କାର୍ଯ୍ୟ କରିବା, ସେମାନଙ୍କର ଆବଶ୍ୟକତାକୁ ପୂରଣ କରିଥାନ୍ତି ବିମାନ ପରିଚାରିକା। କିନ୍ତୁ ବିମାନ ଯାତ୍ରା କରିବା ସମୟରେ ଅନେକ ଏପରି ଲୋକ ରହିଛନ୍ତି, ଯେଉଁମାନେ ସେମାନଙ୍କ ସହିତ ଖରାପ ବ୍ୟବହାର ମଧ୍ୟ କରିଥାନ୍ତି। ଏପରି ଏକ ଘଟଣା ଏୟାର ଏସିଆର ବିମାନରେ ଦେଖିବାକୁ ମିଳିଥିଲା।

air asia

ଘଟଣା ମୁତାବକ, ଉକ୍ତ ବିମାନରେ ଯାତ୍ରା କରିବା ସମୟରେ ଜଣେ ପ୍ରେମିକା ନିଜ ପ୍ରେମିକ ଠାରୁ ଦୂରରେ ବସିବାକୁ ନେଇ ଘଟାଇଛନ୍ତି ଅମାନବୀୟ କାଣ୍ଡ। ନିଜ ପ୍ରେମିକ ପାଖରୁ ଦୂରରେ ବସିବା ନେଇ ପ୍ରେମିକା ଜଣକ ପାଖରେ ଥିବା ବିମାନ ପରିଚାରିକାଙ୍କ ମୁହଁରେ ଗରମ ପାଣି ଏବଂ ନୁଡୁଲ୍ସ ପକାଇ ଦେଇଥିଲେ। ଏହି ସମୟରେ ଉକ୍ତ ପରିଚାରିକା ଚିତ୍କାର କରିବା ଯୋଗୁଁ ବିମାନର ଅନ୍ୟ ସଦସ୍ୟ ପହଞ୍ଚି ପରିସ୍ଥିତିକୁ ସମ୍ଭାଳିଥିଲେ। କେବଳ ଏତିକି ନୁହେଁ, ପ୍ରେମିକ ମଧ୍ୟ ପ୍ରେମିକା ଠାରୁ କିଛି କମ୍‌ ନୁହନ୍ତି। ପ୍ରେମିକା ପାଖରେ ନ ବସିପାରିବାରୁ ପ୍ରେମିକ ଜଣକ ବିମାନକୁ ଉଡାଇ ଦେବା ଭଳି ଧମକ ମଧ୍ୟ ଦେଇଥିଲେ। ଏଭଳି ପ୍ରେମୀ ଯୁଗଳଙ୍କ କାରନାମା ଦେଖି ବିମାନର ସଦସ୍ୟ କୌଣସି ସ୍ଥାନରେ ଏମରଜେନ୍ସି ଲ୍ୟାଣ୍ଡିଂ କରାଇ ସେମାନଙ୍କୁ ବିମାନରୁ ବାହାର କରିଦେଇଥିଲେ। ଯାତ୍ରୀମାନଙ୍କୁ ଆଗକୁ କୌଣସି ଅସୁବିଧା ନ ହେଉ ବିମାନ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.