Below header

ଏହା ହେଉଛି ସେହି ୧୦ଟି ଅଶୁଭ କାଳ, ଯେଉଁ ସମୟରେ ଜନ୍ମ ନେଇଥିବା ବ୍ୟକ୍ତି ଜୀବନରେ ପାଇଥାନ୍ତି ଅନେକ କଷ୍ଟ

ଜ୍ୟୋତିଷ ଶାସ୍ତ୍ରରେ କୌଣସି ବି ଶୁଭ କାର୍ଯ୍ୟ ପାଇଁ ଶୁଭ ଏବଂ ଅଶୁଭ ସମୟ ରହିଥାଏ। ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ଜନ୍ମ ଅଶୁଭ ସମୟରେ ହୋଇଥାଏ ତେବେ ସେହି ବ୍ୟକ୍ତିମାନେ ଜୀବନରେ ଅନେକ କଷ୍ଟ ଭୋଗିଥାନ୍ତି। କିନ୍ତୁ ଆପଣଙ୍କ ଜନ୍ମ ଯଦି ଶୁଭ ସମୟରେ ହୋଇତାଏ ତେବେ ଆପଣଙ୍କୁ ଜୀବନରେ ସଫଳତା ମିଳିବା ସହ ସୁଖ- ସମୃଦ୍ଧି ପ୍ରାପ୍ତ ହୋଇଥାଏ।

-ଜ୍ୟୋତିଷରେ ଅମାବାସ୍ୟା ତିଥିକୁ ଅଶୁଭ କୁହାଯାଇଥାଏ। ଯେଉଁବ୍ୟକ୍ତିମାନେ ଅମାବାସ୍ୟା ତିଥିରେ ଜନ୍ମ ହୋଇଥାନ୍ତି ସର୍ବଦା ସେହି ବ୍ୟକ୍ତିଙ୍କର ଆର୍ଥିକ ସମସ୍ୟା ଲାଗି ରହିଥାଏ।

-ସଂକ୍ରାନ୍ତି ତିଥି ମଧ୍ୟ ଅଶୁଭ ହୋଇଥାଏ। ବର୍ଷକରେ ସମୁଦାୟ ୧୨ ଟି ସଂକ୍ରାନ୍ତି ପଡ଼ିଥାଏ। ଅଲଗା ଅଲଗା ସଂକ୍ରାନ୍ତିରେ ଜନ୍ମ ହୋଇଥିବା ଲୋକମାନଙ୍କ ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡ଼ିଥାଏ।

-ଏଥିସହ ଭଦ୍ରାକାଳ ମଧ୍ୟ ଅଶୁଭ ହୋଇଥାଏ। କାରଣ ଭଦ୍ରାକାଳ ଲାଗିବା ସମୟରେ କୌଣସି ବି ଶୁଭ କାର‌୍ୟ୍ୟ କରାଯାଇନଥାଏ। ଯେଉଁଲୋକମାନେ ଏହି ସମୟରେ ଜନ୍ମ ହୋଇଥାନ୍ତି ସେମାନଙ୍କ ଜୀବନ କଷ୍ଟକର ହୋଇଥାଏ।

life-ଯେଉଁମାନେ କୃଷ୍ଣ ଚତୁର୍ଦଶୀରେ ଜନ୍ମ ହୋଇଥାନ୍ତି ସେମାନଙ୍କ ପାଇଁ ଏହି ସମୟ ଖୁବ୍ ଭଲ ହୋଇଥାଏ।

-ସେହିପରି ସୂର‌୍ୟ୍ୟ ପରାଗ କିମ୍ବା ଚନ୍ଦ୍ର ଗ୍ରହଣ ଅଶୁଭ ହୋଇଥାଏ। ଏହି ସମୟରେ ଜନ୍ମ ହୋଇଥିବା ଶିଶୁର ହଠାତ୍ ମୃତ୍ୟୁ ଯୋଗ ରହିଥାଏ।

-ଯେଉଁ ପରିବାରରେ କିଛି ସଦସ୍ୟଙ୍କର ଜନ୍ମ ଗୋଟିଏ ନକ୍ଷତ୍ରରେ ହୋଇଥାଏ ତେବେ ଏହା ମଧ୍ୟ ଅଶୁଭ ହୋଇଥାଏ। ଏଥିରେ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ।

-ସର୍ପଶୀର୍ଷ ରେ ଜନ୍ମ ହୋଇଥିବା ଜାତକରେ ମଧ୍ୟ ଜୀବନରେ ଅନେକ କଷ୍ଟ ସହିବାକୁ ପଡ଼ିଥାଏ।

-ଯେଉଁ ପରିବାରରେ ୩ଟି ଝିଅ ଜନ୍ମ ହେବା ପରେ ଗୋଟିଏ ପୁଅ ଜନ୍ମ ହେବା କିମ୍ବା ୩ଟି ପୁଅ ଜନ୍ମ ହେବା ପରେ ଗୋଟିଏ ଝିଅ ଜନ୍ମ ହୋଇଥାଏ, ତାହାକୁ ତ୍ରିଖଲ ଦୋଷ କୁହାଯାଇଥାଏ। ଏପରି ଜନ୍ମ ମଧ୍ୟ ଖରାପ ହୋଇଥାଏ।

ଏହାସହ ପଢନ୍ତୁ: କଣ ଆପଣଙ୍କୁ ମିଳୁଛି ଏହି ସବୁ ସଂକେତ, ତେବେ କୁଣ୍ଡଳୀରେ ରହିଛି ଅଶୁଭ ଯୋଗ

-ଯଦି କୌଣସି ଶିଶୁର ଜନ୍ମ ମୂଳ ନକ୍ଷତ୍ର ହୋଇତାଏ ତେବେ ତାହା ଅଶୁଭ ହୋଇଥାଏ। ଏହି ନକ୍ଷତ୍ରରେ ଜନ୍ମ ହୋଇଥିବା ଶିଶୁର ମାତା-ପିତାଙ୍କ ବୟସ ଏବଂ ଧନ ହାନୀ ହେବାର ସମ୍ଭାବନା ରହିଥାଏ। ଏହି ଦୋଷ ଦୂର କରିବା ପାଇଁ ୨୭ ଦିନ ମଧ୍ୟରେ ପୂଜା ପାଠ କରିବା ଶୁଭ ହୋଇଥାଏ।

-ସେହିପରି କୁଣ୍ଡଳୀରେ ଯଦି ୟମାଘଣ୍ଟା ଯୋଗ, ଭ୍ୟାତିପତି ଯୋଗ ଏବଂ ଦଗ୍ଧି ଯୋଗ ରହିଥାଏ ତେବେ ଏହି ସମସ୍ତ ଯୋଗ ଅଶୁଭ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.